Information

ବ୍ୟଙ୍ଗ କବିତା - ନୋଟା - ସଲିଳ କୁମାର ସ୍ଵାଇଁ


ଇଲେକସନଟା   ପାଖେଇ    ଆସୁଛି
     ଶୁଭେ  ଚାପା   ଗୁଂଜରଣ
ସପ୍ତଦଶତମ    ଲୋକସଭା     ପାଇଁ
     ସାଧାରଣ      ନିର୍ବାଚନ
     ଚାରିଟି   ରାଇଜ  ପୁଣ
ଓଡିଶା  ଆନ୍ଧର         ସିକିମି  ସହିତ
     ଅରୁଣାଚଳ  ତ  ଜାଣ ।
କାଆଲି  ରାତିରେ   ସଂଜୁଆ ଖଟିରେ
     ଚୁଚା ଦେଖା ହୋଇଥିଲା
'ଭାଇ  ନମସ୍କାର'    'କେମିତି ଅଛନ୍ତି'
    ଭଲମନ୍ଦ     ପଚାରିଲା
    କାନରେ ଧିରେ କହିଲା
ଏଥର ତା ଭୋଟ    ବିକିବନି  ଜମା
    ସିଏ ନୁହଁ ଆଉ ଓଲା ।
ପାଞ୍ଚବର୍ଷ ତଳେ    ପାଆଁଶ ଟଙ୍କାରେ
    ମୁଣ୍ଡଟାକୁ  ବିକିଥେଲା
ଭାତକୁ ଚିକନ     ଭୋଜି ଖାଇଥଲା
    ଚାରି ପେଗ୍ ମାରିଥିଲା
    ନିୟମ  ବି   କରିଥିଲା
ଥିଲା ସେ ଯୋଉଠି ଆଜି ବି ସେଇଠି
    କି ଲାଭ ପାଇଲା ଭଲା ?
ମାସରେ  ଦଶୁଟା      ମିଳୁନି ମଜୁରୀ
    ଚେନେଇ କେରଳ ଯାଏ
ସ୍ତିରୀ ପିଲା ଛାଡି   ସ୍ତିରୀ ପିଲା ପାଇଁ
     ଗଧଭଳି      ଖଟୁଥାଏ
     ତଥାପି   ନିଅଣ୍ଟ   ହୁଏ
କହିଲେ କାହାକୁ      କିଏ'ବା ଶୁଣିବ
     ଉତ୍ତରଦାୟୀ ତ ସିଏ ।
ଶହକେ  ସତୁରୀ      ତାଠାରୁ ଅଧିକ
     ବଦମାସ ଆମ ନେତା
ନୋଅଟ  ବଦଳେ   ଭୋଅଟ କିଣନ୍ତି
     ବାଣ୍ଟନ୍ତି  କମଳ  ଛତା
     ଜିତିଲେ କାଟନ୍ତି ଚିତା
ଟଂକାକେ ଚାଉଳ  ପାଂଚ'ରେ ଆହାର
     ଭୁଲନ୍ତି ବୋକା ଜନତା ।
ଜନତା  ଅଟନ୍ତି        ସର୍ବ   ଶକ୍ତିମାନ
     ଗଣତନ୍ତ୍ର     ଶାସନରେ
ନଗର   ବିଜ୍ଞାନେ    ପଢିଥେଲା ଚୁଚା
    ଥିଲା ଯେବେ ସପ୍ତମରେ
     ଚୁଟିକୁ   ଜାବୁଡି  ଧରେ
ଏ ପାଳି  ତାଆର   ଅମୂଲ୍ୟ ଭୋଅଟ
     ବିକିବନି  ପାଞ୍ଚଶରେ ।
ଛତାବର  ପରି         ସବୁ ଏକାଦର
    ଗୋଟିଏ ଲାଉର ମଂଜି
ଚଉକି  ଖଣ୍ଡିକ      ମିଳିଗଲା  ପରେ
    ପାଲଟି ଯାଆନ୍ତି  ପାଜି
    ସିଲଟ ବଖାଣେ ଆଜି
ଅସାଧୁ ନେତାକୁ    ଦିଅନାରେ ଭୋଟ
    ଟିପରେ ନୋଟା ସୁଇଜି ।

ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର. ଉ. ପ୍ରା. ବିଦ୍ୟାଳୟ

Post a Comment

0 Comments