
ନୀରବେ ବସିଛ କାହିଁ,
ମୋ ଆଡକୁ ଚାହିଁ ଟିକେ ହସିଦେଇ
କଥାପଦେ ଦିଅ କହି,,।।
ଗୋଲାପି ଚେହେରା ଫିକା ଲାଗେ ପରା
ନୀରବ ତୁମେ ରହିଲେ,
ଦିଶିବ ସୁନ୍ଦର ପ୍ରିୟତମା ମୋର
ଖିଲି ଖିଲି ହସିଦେଲେ,,।।
ହସରେ ତୁମର ଖୁସିଅଛି ମୋର
ତୁମେ ହିଁ ମୋ ସବୁକିଛି,
ତୁମପାଇଁ ସତେ ଜୀବନରେ କେତେ
ସପନ ମୁଁ ଦେଖିଅଛି,,।।
ରାଗ ରୁଷା ଭୁଲି ପାସେ ଆସ ଚାଲି
ଦୂରେ ଆଉ ରୁହନାହିଁ,
ତୁମବିନା ସାଥି ଲାଗୁଛି ଏମିତି
ମୋର କିଛି ମାନେ ନାହିଁ,,।।
ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ