
ଅଦିନରେ ତୁମେ ଆସି
କାହିଁକି ପଡୁଛ ଅବିରତେ ଖସି
ସବୁ ତ ହେଲାଣି ବାସି....
କେମିତି ସହୁଛ କୁହ
ଚାରିଆଡେ ଖାଲି ହାହାକାର ଶବ୍ଦ
ଝରଇ ଆଖିରୁ ଲୁହ....
ଠିକଣା ଯାଇଛି ହଜି
ମନେ ଭରେ ବିଷ ତୁମରି ପରଶ
ପାଉନାହିଁ ତା'କୁ ଖୋଜି....
କାହିଁକି ମୁରୁକି ହସ
ଜୀବନରେ ଦୁଃଖ ନଛାଡଇ ପାଖ
ସବୁ ତ ହେଇଛି ଶେଷ....
ମନେ ଭରି ଏତେ କଥା
ନୀରବେ କାହିଁକି ଢାଳୁଅଛ ବାରି
ନୁଆଁଇ ଦେଇ ଗୋ ମଥା...
ପୁଲକିତ ମୋର ଦେହ
ବିଚଳିତ ଆଜି ତୁମସାଥେ ଭିଜି
ଜୁଇରେ ହେବାକୁ ଦାହ....
ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ