
ଆଜାଦୀ ସତୁରୀ ପାଳନ
କରିଅଛି ଭାରତ
ଚୁଚା ପଚାରଇ ନେତାଙ୍କୁ
କିଛି ବଦଳିନି ତ ?
ଯୋଡିବଳଦରୁ ଆରମ୍ଭ
ଏବେ ଫୁଲ ଶାସନ
ପାଖେଇ ଆସିଲା ଉଣିଶି
ହବ ନିରିବାଚନ ।
ଫୁଉଡୁ କ୍ଳୋଦେସ ସେଲ୍ଟର
କେବେ ହେବ ନିଶ୍ଚିତ
'ଗରିବୀ ହଟାଓ' ଡାକରା
କେବେ ହୋଇବ ସତ ?
ନେତାଏ ରଖିଲେ ଉତ୍ତର
ଶୁଣ ଭୋଟର ଭାଇ
ହଟିଯାଉ ଦେଶୁ ଗରିବୀ
ନେତା ଚାହାନ୍ତି ନାହିଁ ।
ହଟିଲେ ଗରିବୀ ଭାରତୁ
ନେତା କରିବେ କିସ ?
ସପ୍ନ ଦେଖେଇବା ଭୋଟରେ
ତାଙ୍କ ହୋଇବ ଶେଷ ।
ଯଦି କରମରେ ନିଯୁକ୍ତ
ଦେଶ ଯୁବା ହୋଇବେ
ନେଇକରି ଟଙ୍କା ଦେଢଶ
କ'ଣ ପଛରେ ଯିବେ ?
ନାଲିପାଣି ମଂଦେ ମାରିକି
ଖାଇ ଭାତ ଚିକନ
ବେକାର ରହିଲେ କରିବେ
ସିନା ମୋ ଗୁଣଗାନ ।
ପେଟୁଲୁ ଦାଆମ ବଢାଉ
ପୁଣି କମାଉ ଥାଉ
ନାରୀକୁ ସୁରକ୍ଷା ଦେବାକୁ
ମିଛେ ଭାଷଣେ କହୁ ।
ଚାଷୀର ଉପୁଜା ଦରବ
ପାଇଁ ଉଚିତ ମୂଲ
ଦବାପାଇଁ କହି ନ ଦେବା
ସବୁ ନେତାର ଚାଲ୍ ।
କ୍ଷେତପାଇଁ ଜଳଯୋଗାଣ
ଅଟେ ନେତାର କାମ
ଜଳାଭାବେ ମରେ ଫସଲ
ମରେ ଚାଷୀ ଅଧମ ।
ଋଣଗ୍ରସ୍ତ ଚାଷୀ ମଥାରେ
ଯେବେ ଚଡକ ପଡେ
ଋଣଛାଡ ଲୋଭ ଦେଖେଇ
ନେତା ଭୋଅଟ ଭିଡେ ।
ଭୋଟର ଆର୍ଥିକ ଅବସ୍ଥା
ଯଦି ସୁଧୁରି ଯିବ
ଟଙ୍କା ପାଆଁଶରେ ଭୋଅଟ
କିଣାବିକା କି ହବ ?
ଦରବୄଦ୍ଧି କରି ଓଷର
ସ୍ଵାସ୍ଥ୍ୟ ବୀମାକରଣ
ଉଚ୍ଚଶିକ୍ଷା ଖର୍ଚ୍ଚ ବଢାଇ
ମେଧାବୄତ୍ତି ପ୍ରଦାନ ।
ଖୋଲିଚନ୍ତି ଗାଆଁ ସହରେ
ସୋମରସ ଦୋକାନ
ପ୍ରତିଘରେ ଗଣ୍ଡେ ମଦୁଆ
ବିଶୄଙ୍ଖଳ ଜୀବନ ।
ଯାହା ନାହିଁ ଆମ ପାଖରେ
ତାହା ଦେବାକୁ କହି
ଚଉକି ମିଳିଲା ଉତ୍ତାରେ
ଭୁଲିଯାଆନ୍ତି ସେହି ।
ଯଦି କରିଦେବେ ଅଭାବ
ସବୁ ଆମ ପୂରଣ
କି ଦେବାକୁ କହି ଠକିବେ
ହେଲେ ନିରିବାଚନ ?
ଯାହା ଅଛି ଆମ ପାଖରେ
ତହିଁ ରୋକ୍ ଲଗାନ୍ତି
ହେଲାପରେ ଆମେ ହୀନସ୍ତା
ଦେଇ ବାହାବା ନ୍ଯନ୍ତି ।
ରାଜନୀତି ପାଣିପବନ
ଭାରି ଅଡୁଆ କଥା
କରନାହିଁ ଚିନ୍ତା ଚୁଚାରେ
ତୋର ଘୁରିବ ମଥା ।
କଷ୍ଟ କରି କରି ମରିବୁ
ତୁ'ଟା ଭୋଟର ଛାର
କହିଲେ କିଏବା ଶୁଣିବ
ମଂଜି ଗୋଟେ ଲାଉର ।
ଡ୍ରାଷ୍ଟିକି ଚେଏଞ୍ଜ ନିଡେଡ
ଏତ ସିଲଟ ଡାକ
ନୂଆ ନେତା ବାଛ ଏଥର
ବେଳୁ ହଅ ସତର୍କ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର. ଉ. ପ୍ରା. ବିଦ୍ୟାଳୟ, ସୁନ୍ଦରପୁର