
ସରଗ ଠୁଁ ବଡ. ଆମ ଜନ୍ମ ମାଟି
ଆମ ସଭିଙ୍କ ର ମାଆ
ଯେତେ ଶରଧାରେ. ପାଳି ପୋଷି ସିଏ
ଯତନେ ରଖିଛି ଯାହା
ଆମ ଜନ୍ମ ମାଟି ଆମ ମାଆ.
ଆମେ ସଭିଏଁ ତାହାର ଛୁଆ....
ଏ ମାଟିର ଯେତେ. ବଣ ଓ ପାହାଡ଼
ପଡିଆ ଝରଣା ନଇ
ସବୁଜ ସୁଷମା. ସାଇତି ରଖିଛି
ସବୁ ତ ଆମରି ପାଇଁ
ଆମରି ହିତରେ. ଗଡିଛି ପ୍ରକୃତି
ବଞ୍ଚିବାରେ ହେବେ ଶାହା
ଯୋଗାଇବେ ନିତି ରାହା
ଆମେ ସଭିଏଁ ତାହାର ଛୁଆ....
ଆମ ଚାରି ପାଖେ ଯୋଗାଡି ରଖିଛି
ସୁନ୍ଦର ଏ ପରିବେଶ
ଗଛ ପତର ରେ. ଫୁଲ ଫଳ ଭରି
ଡାକୁଚି ଖେଳିବ ଆସ
ଆମ ପରିବେଶ. ଆମରି ଖେଳଣା
ଦିଶୁଥାଏ ନିତି ନୂଆଁ
କେତେ ମଧୁ ମୟ ଆହା
ଆମେ ସଭିଏଁ ତାହାର ଛୁଆ....
ବଞ୍ଚିବାର ପାଇଁ ଆହାର ଦେଇଚି
ପବନ ଚଳାଏ ପ୍ରାଣ
ମନ ଖୁସି ପାଇଁ. ଜାତି ଜାତି ଜୀବ
ଜଳ ସଭିଙ୍କ ଜୀବନ
ମରଣ ବେଳରେ. ତାହାରି କୋଳରେ
ଜାଳେ ଆମ ଚିତା ନିଆଁ
ଆମ ବିପଦ ଆପଦ ଶାହା
ଆମେ ସଭିଏଁ ତହାର୍ ଛୁଆ......
( ବିଶ୍ୱ ମୂର୍ତ୍ତୀକା ଦିବସ ପାଇଁ ସମର୍ପିତ)
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ