ପାଳଭୂତ - ନରେନ୍ଦ୍ର ସାହୁ

0

ଫସଲ କିଆରିରେ ଜଗୁଥାଏ ଫସଲ ଓ ବାଡକୁ,
କାହା ପାଇଁ ଜୀବନ ଥିବା ଜୀବନ୍ଯାସ ମଣିଷର ଭୟ
ଆଉ କାହା ପାଇଁ ଅଲୋଡା ମଣିଷର ଛବି
ପାଳ ଭୂତଟିଏ ମୁଁ,
ଜାଣେନା କରେ କାହା ପାଇଁ ଉପକାର
ଆଉ କାହା ପାଇଁ ଶବ୍ଦ ଭୟଙ୍କର।୦।

ବାହାରକୁ ଦେଖାଦିଏ ମଣିଷଟେ ଭଳି,
ଭିତରେ ମୁଁ ମରେ କୁହୁଳି କୁହୁଳି
ପାଳ ଭୂତଟିଏ ମୁଁ,
ଅଲୋଡା ଦ୍ରବ୍ଯରେ ଗଢା
କାହା ପାଇଁ ଲୋଡା କେତେବେଳେ,
ମଣିଷ ନ ହେଲେ ବି ମଣିଷ ଭଳି ଦରଗଢା।୧।

ନା ଫୁରସତ୍ ନା ଅବଶୋଷ
ଆରମ୍ଭ ନାହିଁ କି ନାହିଁ ଶେଷ,
ପ୍ରହରୀ କାମ କରୁ କରୁ
ଜାଣିପାରେନା କେବେ କୋଉ ପ୍ରହର
ପାଳ ଭୂତଟିଏ ମୁଁ
ପାଳ ଭୂତଟିଏ,
ପାଳୁଛି ଆଦେଶ ପାଳନ କର୍ତ୍ତାର।
ନମଣି ନିଜକୁ ପାତର ଅନ୍ତର।

ନରେନ୍ଦ୍ର ସାହୁ
ସହକାରୀ ଶିକ୍ଷକ, ଡଭାର, ଗଂଜାମ

Post a Comment

0Comments
Post a Comment (0)