
ଓଡିଶା ମାଟିରେ ଜନମ ମୋର
ଓଡିଶାରେ ମୋ ଘର
ଓଡ଼ିଶାର ପାଣି ପବନେ ଗଢା
ମୋର ଏ ଶରୀର.........
ଓଡିଶା ମୋର.... , ଓଡିଶା ମୋର....
ଓଡିଶା ର ବନ ଜଙ୍ଗଲ ନଇ
ଓଝାଳ ଦରିଆ ପାହାଡ଼ ନଇ
ଓଲ୍ଡଡ ଚଳଣିକୁ ଆଦରି ନେଇ
ଓ ଡ ସାନ୍ତାଳ ମୋ ଭଉଣୀ ଭାଇ
ଅତି ନିଜର... .......
ଓଡ଼ିଶାର କିର୍ତ୍ତୀ କଳା କୌଶଳ
ଓହୋ କି ବଢିଆ ପ ଡେ ଚହଳ
ଓଡ଼ିଶାର ଗର୍ବ ଗୌରବ କଥା
ଓଡ଼ ପାଇକ ଙ୍କ ବୀରତ୍ୱ ଗାଥା
ଓଡିଆ ଠାକୁର ଘୋଡାରେ ଚଢ଼ି
କଲେ ସମର......
ଓଢ଼ଣା ଫାଙ୍କରେ ଓଡ଼ିଆ ବୋହୂ
ଓଢ଼ଣା ପକାଇ ଓଳିଗି ହେଉ
ଓଡିଆ ଘର ର ମଣ୍ଡା ଆରିଶା
ଓଡିଆ ପୁନେଇଁ ପର୍ବ ଓଷା
ଓଡ଼ିଶୀ ନୃତ୍ୟ କୁ ପୃଥିବୀ ସାରା
ଭାରି ଆଦର
ଓଡିଶା ଶାସନ ପ୍ରଜା ସୁଖର
ଓଡ଼ିଆ ଭାଷା ଟି ଶ୍ରୁତି ମଧୁର
ଓକିଲାତି କରି ମଧୁ ବୁଢ଼ାଟି
ଓଡ଼ିଆ ଯେତେ ଙ୍କୁ କଲା ଏକାଠି
ଓର କରି କାମ ହାସଲ କଲା
ବଡ ଚତୁର...
ଓଡିଶା ମଣି ଗୋପବନ୍ଧୁ ଦାସ
ଓଗାଳି ରଖିଲେ ଓଡ଼ିଆ କ୍ଲେଶ
ଓଦା କଲେ ନେତ୍ର ଓଡ଼ିଆ ଦୁଃଖେ
ଓଦାନ ଖୁଆଇ ରହିଲେ ଭୋ କେ
ଓଡ଼ିଆ ଙ୍କୁ ଦୁଃଖେ ଗଡ଼ାଇ ଲୁହ
ଦୁଃଖେ ଆତୁର.....
କୁମୁଦ ଚନ୍ଦ୍ର ଦଳେଇ