Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ନୂଆନଟ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ବଂଶୀବଟ ଜମୁନା ତଟ ତ୍ରୀଭଙ୍ଗି ଛନ୍ଦେ ମୋ ନୂଆ ନଟ
ମଧୁର ତାନ ବଇଁଶୀ ସ୍ଵନ ରାଇ ମନରେ ରଚେ ଉଚ୍ଚାଟ
ମହୁଲି ସଞ୍ଜେ ମାଧବୀ କୁଞ୍ଜେ ବସଇ ପ୍ରେମ ହାଟ
ବଂଶୀବଟ ଜମୁନା ତଟ … ।।

ଶାଶୁ ନଣନ୍ଦ ଦୁଆର ବନ୍ଧ ପାଖେ ବସନ୍ତି କରି ଆକଟ
କେମିତି ରାଧା ନମାନି ବାଧା ଘରୁ ବାହାରେ ହୋଇ ଉଚ୍ଚାଟ
କୁଞ୍ଜ କୁଟୀରେ ଯାଏ ଅନ୍ଧାରେ କୁଞ୍ଜେ ମିଳଇ କରି କପଟ
ବଂଶୀବଟ ଜମୁନା ତଟ… ।।

ଚନ୍ଦ୍ର ସେଣା ଅନ୍ଧାର କଣା ଗୋଗୋଷ୍ଠୁ ଆସି ଖୋଜେ ମସିଣା
ମାରଇ ହାଇ ପଡଇ ଶୋଇ ନଖୋଜେ ରାଧାରାଣୀ ଠିକଣା
ରାତି ପାହିବ ଗୋଗୋଷ୍ଠ ଯିବ ବିଧି ଲିହିଛି ତା ଭାଲପଟ
ବଂଶୀବଟ ଜମୁନା ତଟ…  ।।

ଗୋପ ଚନ୍ଦ୍ରମା କାଳିଆ କାହ୍ନା କୁଞ୍ଜରେ  ରାଇ ସଖୀଙ୍କୁ ନେଇ
ରାଧା ଗୋବିନ୍ଦ ମହା ଆନନ୍ଦ ରାସ ରଚନ୍ତି ସକଳ ଗୋଇ
ଝୁଲାନ୍ତି ଦୋଳି ହୋଇ ବାଉଳି ଦେଖନ୍ତି ରାଧା କୃଷ୍ଣ ଙ୍କ ଭେଟ
ବଂଶୀବଟ ଜମୁନା ତଟ…  ।।

ଗୋପୀନାଥ ଙ୍କ ଚାହାଣି ବାଙ୍କ ତ୍ରୀଭଙ୍ଗି ଛନ୍ଦ କରଇ ଅନ୍ଧ
ଗୋପୀ ଗୋପାଳ ମିଳି ସକଳ କରନ୍ତି ପୁଜା ରାଧା ଗୋବିନ୍ଦ
ଯୁଗଳ ପଦେ ପ୍ରଫୁଲ୍ଲ ବନ୍ଦେ ଦେଖାଅ ସତ୍ୟ ଧର୍ମର ବାଟ
ବଂଶୀବଟ ଜମୁନା ତଟ…  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments