ତ୍ରୈଲୋକ୍ୟ ଜନନୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ଯେଣେ ଚାହେଁ ତେଣେ ଚଉଦିଗ ଦିଶେ ମାତୃ ମୟ ମାତୃ ମୟ
ତଥାପି ଜନନୀ ଜଂଜାଳ ବିଭ୍ରାଟେ ମଣୁଅଛି ଅସହାୟ   ।
ତୋ କରୁଣା ରସ ଲଭିଛି ଯେଣୁ ମା ଦେହ ରଖିଅଛି ଧରି
ଯେତେ ବି ବିପତ୍ତି ଆସେ ଚାଲିଯାଏ  ଦୁଃଖ ନହୁଅଇ ବାରି   ।।

ଯେତେ ତୋର ଦାନ ଲଭିଛି ଜନନୀ ଯେତିକି ପ୍ରାପ୍ୟ ମୋହରି
ସେତିକି କରୁଣା ଉଣା ନକରିବୁ ଖେଳୁ ଶାନ୍ତି ର ଲହରୀ  ।
ତୋ ପଦ ଯୁଗଳ ସେବାରୁ ମାଆ ଲୋ ଅନ୍ତର ନକରିବୁ
ତୋ ପ୍ରସାଦ ତୋତେ ଅରପଣ କରେ ସେଥିରେ ସନ୍ତୁଷ୍ଟ ହେବୁ ।।

ଜୟଂ ଦେହି ଶ୍ରୀୟଂ ଦହି ରୂପଂ ଦେହି  ଚାମୁଣ୍ଡେ ମୁଣ୍ଡ ମାଳିନୀ
ଭାଗ୍ୟ ଦେହି ପୁଣ୍ୟଂ ଦେହି ଜଗନ୍ନାତ ସର୍ବେଷାଂ ପ୍ରାଣ ଦାୟିନୀ  ।
ଅପରାଧ କ୍ଷମା କରିବୁ ଜନନୀ ଶତ୍ରୁ ବିନାଶ କାରିଣୀ
ବିନ୍ଧ୍ୟଗିରି ନିବାସିନୀ ଚନ୍ଦ୍ରାନନୀ ପଦାବ୍ଜେ କରେ ଦୟିନୀ  ।।

ମହାରାତ୍ରୀ ମହାମାୟା ମାହେଶ୍ଵରୀ ମହାପାତକ ନାଶିନୀ
କାଳ ମେଘ ସମା ମହାଦେବୀ ଦେବୀ ହେମବର୍ଣ୍ଣା ସୁହାସିନୀ ।
ଉଗ୍ରଚଣ୍ଡା ଚଣ୍ଡାବତୀ ଶୈଳସୁତା ନବଯୌବନ ସଂପର୍ଣ୍ଣା
ମହିଷାସୁର ମର୍ଦ୍ଦିନୀ ଭଗବତୀ ସୁପ୍ରତିଷ୍ଠା ସୁଲୋଚନା  ।।

ତିନ୍ତେ ମୁଁ ଜଗତ ଧାତ୍ରୀ ଜଗଧାତ୍ରୀ ସର୍ବକାମ ସିଦ୍ଧି ଧାତ୍ରୀ
ଦୁର୍ଗତି ନାସିବୁ ଦୟା ରଖିଥିବୁ ବନ୍ଦେ ଦେବୀ ଦୟାବତୀ  ।
ମନ୍ତ୍ର ଜାଣେ ନାହିଁ ଭକ୍ତି ବିବର୍ଜିତ କ୍ରିୟାହୀନ ହୀନ ଜନ
ତଥାପି ପୁଜଇ ତ୍ରୈଲୋକ୍ୟ ଜନନୀ ତୋ ପଦେ ଦେବୁ ଶରଣ  ।।

ପ୍ରଫୁଲ୍ଲ ବିକଳ ତୋପଦ କମଳ ଯୁଗଳ ସେବା କାରଣେ
ଅର୍ପୈ ପୁଷ୍ପାଞ୍ଜଳୀ ଦୟା ରଖିଥିବୁ ଜୀବନେ ଅବା ମରଣେ   ।।

Post a Comment

0Comments
Post a Comment (0)