
ତା କୋଳେ ଗଡି ହେଲୁ ବଡ
ପ୍ରାଣ ଦେଇ ତୋର ଜୀବନ ସଞ୍ଚିଲା
ସହି ଦୁଃଖ ଝଞ୍ଜା ଝଡ,
ସାଜୁଛୁ ହନୁମାଙ୍କଡ
ଏଡାଳୁ ଡେଉଁଛୁ ସେ ଡାଳକୁ ଖାଉ
ଅଜ୍ଞାନ କଷି କାଙ୍କଡ॥
ଭଉଣୀର ରାକ୍ଷୀ ପତ୍ନୀର ସେବାକୁ
ଭୁଲିଯାଉ ରେ କୃତଘ୍ନ
ମା ମାନସିକ ରାତି ଉଜାଗର
ଦୂର କରେ ସବୁ ବିଘ୍ନ
ତୋ ସ୍ୱଭାବ କୁକୁର ଲାଞ୍ଜ
କୃତଜ୍ଞତା ଭୁଲି କୁହୁଡି ପହଁରୁ
ସାଜିବୁ ନିପଟ ଖଞ୍ଜ॥
ଝିଅର ଶରଧା ଆଈମା କାହାଣୀ
ପାଶୋରି ଦେଲୁକି ମନୁ
ଜେଜେ ଜେଜେ ମାଙ୍କ ପିରତି ପସରା
ମଳମୂତ୍ର ତ୍ୟାଗ ଜାଣୁ ?
କରନା ବ୍ୟଙ୍ଗ ବିଦ୍ରୁପ
ନାରୀ ଲୁହ ଅଟେ ପ୍ରଳୟ ଅନଳ
ହୋଇଯିବୁ ପାପେ ଲୋପ॥
ଦେବତାଏଁ ଥିଲେ ଶକତି ବି ଥିଲା
ହୋଇଲେ ବ୍ୟସ୍ତ ବିବ୍ରତ
ପାରିଲେନି ମାରି ହିଂସ୍ର ମହିଷାକୁ
ତ୍ରିଭୁବନ ଟଳମଳ
ମାରିଲା ସେ ନାରୀ ଶକ୍ତି
ତ୍ରିଭୁବନ ଯାକ ମୁଣ୍ଡ ନୁଆଁଇଲା
( କହି) ଧନ୍ୟ ଧନ୍ୟ ମହାଶକ୍ତି॥
ସୁଧୁରି ଯାରେ ବାଇଆ ପାଗଳା
ମୁଣ୍ଡ ନକର ହୁଗୁଳା
ନାରୀକୁ ପୂଜିବୁ ଶୁଦ୍ଧ ଦେବୀ ଭାବେ
ମନ କରିବୁନି ବାଉଳା
ହୋ ନା ଅଜ୍ଞାନ ବାଉଳା
ସାହିତ୍ୟ ସାଗରେ ବୁଡି ଲୀନ ହେବୁ
ନାରୀ(ଭାଷା)କୁ କରନା ଲଙ୍ଗଳା॥
ନାରାୟଣ ଚନ୍ଦ୍ର ସେନାପତି, ଶିକ୍ଷକ,
ସରକାରୀ ଉ. ପ୍ରା. ବିଦ୍ୟାଳୟ, ଡିମିରିଆ,
ତେଲକୋଇ, କେନ୍ଦୁଝର, ପିନ୍-୭୫୮୦୧୯