
ସାରା ସାରା ରାତି ନିଦ ମୋର ଲୁଟି
ଦେଲ ତମେ ଏ କି ପ୍ରୀତି?
ତମରି ସ୍ପର୍ଶରେ ମୋ ସାରା ଅଙ୍ଗରେ
ଭରିଗଲା ମିଠା ତାତି,,
ସେ ତାତି ଛାଡୁନି ଦୁରେଇ ଯାଉନି କିସ ମୁଁ କରିବି କୁହ
ପାହିଲାଣି ରାତି ଧକ୍ ଧକ୍ ଛାତି ସରମେ ଝାଉଁଳି ମୁହଁ,,
କିଛି କିଛି ହୋଇ ଡର ଯାଏ ଖାଇ
ବିଗିଡେଇ ମୋର ମତି,,,।।
ଆଉ ଟିକେ ନିଅ ତନେ ବାନ୍ଧିଦିଅ ବୁଝୁନି ଚଗଲୀ ମନ
କହିବାକୁ ଅଛି ଆଉ କଥା କିଛି ତମରି କାନରେ ଧନ,,
କହିଦେଲେ ଖୋଲି ବୁଝିଯିବ ବୋଲି
ମନରେ ଭାବୁଛି ସାଥି,,,।।
ଅଳସୀ ତନୁର ଅଳସ ବାସନା ଝରାଫୁଲ ପରି ଝରେ
ଯଉବନ କଢି ଯମା ଫୁଟିବନି ଚାଲିଗଲେ ତମେ ଦୂରେ,,
କମ୍ପୁଛି ଅଧର ହେଉଛି ଅଧିର
ସମୟଟା ଯାଇ ବିତି,,,।।
ଜିତେନ୍ଦ୍ର ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ