
କେଉଁ ନାମେ ମୁହିଁ ଡାକିବି ତୁମକୁ
ହଜାରେ ନାମ ତ ତୁମର
ଯେଉଁ ନାମେ ଡାକି ତରିଯାନ୍ତି ପାପୀ
ନ ଜାଣେ ମୁଁ ତାର ଗୁମର
ପ୍ରଭୁ ହେ.... କେଉଁ ନାମେ ମୁହିଁ ଡାକିବି
ଦୟାକରି ବାରେ ଜଣାଇଦିଅ ହେ
ସେ ନାମକୁ ମୁହିଁ ଭଜିବି ॥୦॥
କେଉଁ ଠାରେ ମୁହିଁ ଖୋଜିବି ତୁମକୁ
ଶୁଣିଛି ସବୁଠି ବ୍ୟାପିଛ
ସବୁଠାରେ ତୁମ ରୂପକୁ ଭକତ
କହନ୍ତି ପ୍ରକଟ ହୋଇଛ
ଠାକୁରେ...... ଭକ୍ତ ପ୍ରହଲ୍ଲାଦ ଗୁହାରି
ଶୁଣି ନରସିଂହ ରୂପେ ହିରଣ୍ଯକୁ
ମାରିଲ ସ୍ତମ୍ଭରୁ ବାହାରି ।।୧॥
ବିଭିନ୍ନ ରୂପରେ ବିଭିନ୍ନ ଢ଼ଙ୍ଗରେ
ଦୁଷ୍ଟ କୁ ଦଳନ କରିଛ
ଭାରତ ଯୁଦ୍ଧରେ ଏକଥା କହିଛ
ଯୁଗେ ଯୁଗେ ଲୀଳା ରଚିଛ
ମଣିମା....... କଳିରେ ଶୀରିକ୍ଷେତ୍ରେ ରହି
ଭକତଙ୍କ ପାପ ମୋଚନ ପାଇଁ କି
ଦାରୁବ୍ରହ୍ମ ସ୍ୱରୂପ ହୋଇ ।।୨॥
ଆହେ ଜଗନ୍ନାଥ ଘେନ ମୋର ଆରତ
ପତିତଜନଙ୍କୁ ଉଦ୍ଧର
ଆଉଥରେ ଚକ୍ର ପେଶି ନରହରି
ଅତ୍ୟାଚାରୀ ନର ସଂହାର
ହେ ହରି.......ଶାନ୍ତି ବିରାଜୁ ଏହି ମହୀ
ଭେଦଭାବ ଭୁଲିଏକାକାର ହେବୁ
ଭାଇଚାରା ଭାବକୁ ନେଇ ।।୩॥
ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ
ମୋବାଇଲ ନମ୍ବର-୯୪୩୭୬୬୪୫୩୭
ପିନ୍ କୋଡ-୭୫୯୧୨୭