OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କୁଆଁର ପୂନେଇଁ - ପ୍ରସନ୍ନ କୁମାର ମାଦଳା

କୁଆଁର ପୂନେଇଁ - ପ୍ରସନ୍ନ କୁମାର ମାଦଳା


କୁଆଁର ପୂନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ
ଛନ୍ଦି ବାହୁ ବେନି କରୁଥାନ୍ତି ଘେନି
ଲୀଳାରସ ଆସ୍ବାଦନ ଗୋ ....।

ଯମୁନା ଘାଟର ପାଣି ଗୋ ଫୁଲ ବଉଳବେଣୀ
ମୁକୁନ୍ଦ ବିଳାସ ହୋଇ ହସ ହସ
ଭେଦକୁ ପାରନ୍ତି ଜାଣି ଗୋ ....।

ଶୁଭଇ ବଇଁଶୀ ସ୍ବନ ଗୋ ଫୁଲ ବଉଳବେଣୀ
ରଙ୍ଗା ଅବତାର ଖୋଜି ପରଦାର
କରନ୍ତି ଧର୍ମ ଲଙ୍ଘନ ଗୋ ....।

କୁହୁ କୁହୁ ତାନ ଶୁଣି ଗୋ ଫୁଲ ବଉଳବେଣୀ
କୁଞ୍ଜଲତା ତଳେ ବସନ୍ତ ଶୟଳେ
ମଳୟ ଅନିଳ ପୁଣି ଗୋ ....।

ସେ ତ ବଡ଼ ବଳବନ୍ତ ଗୋ ଫୁଲ ବଉଳବେଣୀ
ଆସିଲେ ଚଞ୍ଚଳ ଭିଡ଼ି ମୋ ଅଞ୍ଚଳ
କରିବେ ଟି ହନ୍ତସନ୍ତ ଗୋ ....।

ପୀତାମ୍ବର ଯଦୁମଣି ଗୋ ଫୁଲ ବଉଳବେଣୀ
ଅନଙ୍ଗ ପରଶେ ଚଉଷଠି ରସେ
ଦହିବେ ସରାଗ ଭଣି ଗୋ....।

ବିଶାଖା ଲଳିତା ଯାଅ ଗୋ ଫୁଲ ବଉଳବେଣୀ
ଆସିଲେଣି ପାଶେ ରାସ ଅବକାଶେ
ଦୂରେ ଟିକେ ରହିଥାଅ ଗୋ ....।

ଭାବରେ କଲ ମୋହନ ଗୋ ଫୁଲ ବଉଳବେଣୀ
ସ୍ବାମୀ ସୁଖ ଚିନ୍ତା ଲାଗିଲାଣି ପିତା
ବଶ କି କରିଲ ମନ ଗୋ ....।

କି ଲାଗି ଆଖି ମିଳାଇ ଗୋ ଫୁଲ ବଉଳବେଣୀ
ମୁଁ ତ ମଉଳାଣୀ ନିରିଲଜେ ଜାଣି
ସୁରତି ମାଗ କିପାଇଁ ଗୋ ....।

ମନ ମୋ ହୋଇଛି ବିକା ଗୋ ଫୁଲ ବଉଳବେଣୀ
ଆସିଥିଲ ଏକା କରିବାକୁ ଦେଖା
ଛାଡ଼ ମୋର ବେଣୀ ଶିଖା ଗୋ ....।

ତୁମେ ବଡ ଅଝଟିଆ ଗୋ ଫୁଲ ବଉଳବେଣୀ
ହୋଇଲାଣି ସଞ୍ଜ ବୁଝେନାହିଁ ଖଞ୍ଜ
ଡେଇଁଲାଣି ଦେଖ ହିଆ ଗୋ ....।

ଏ କି କଲ ଏ କି କଲ ଗୋ ଫୁଲ ବଉଳବେଣୀ
ଛାଡ ମୋ ପଣତ ମୁଁ ତୁମ ଆନତ
ମଲି ହୋଇ କଳବଲ ଗୋ ....।

ପ୍ରସନ୍ନ କୁମାର ମାଦଳା

0 Comments