ଦାସାନାଦାସ - ମାନସ ରଞ୍ଜନ ପଟ୍ଟନାୟକ

0

ଆସିଥିଲି ତୋତେ ଦରଶନ ପାଇଁ
ଯାଉଛି କହ୍ନେଇ ସ୍ବର୍ଗଦ୍ବାର ମୁହିଁ
ଜଗତଯାକର ଦେଖୁଅଛ ନାଟ
ତୁମେ ପରା କଳପବଟ
ପାଉନାହିଁ ତୁମ ଭେଟ
ତୁମେ ଯେ ଆଦିଅନନ୍ତ
ଜୟ ଜୟ ନିରଞ୍ଜନ
ତୁମେ ଅନାଦି ନାରାୟଣ(୧)

ଦୁଽଖରେ ପଡିଛି ସୁଖ ଚାହୁଁନାହିଁ
ଭ୍ରାତାବନ୍ଧୁଗଣ ପାଖେ କେହି ନାହିଁ
ଯମସଙ୍ଗେ ହେବ ଭେଟ
ତୁମେ ପ୍ରଭୁ ଚିନ୍ତାବଟ
କଲ କାଳୀୟ ଦଳନ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୨)

ନରକଯନ୍ରଣା ସହିହେଉନାହିଁ
ଅଭିଶାପ ମୋତେ ଛାଡ଼ୁନାହିଁ କାହିଁ
ମସ୍ତକକୁ ମୋର କାଟ
ଦୁଷ୍ଟକୁ ଦେଉଛ ଛାଟ
ସନ୍ଥକୁ ଛାଡୁଛ ବାଟ
ହେ ପ୍ରଭୁ ଗୋପୀରକ୍ଷଣ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୩)

ଅଦେଖା ହାତକୁ ଦିଅ ବଢ଼ାଇ
ପ୍ରାଣଚାଲିଯାଉ ତୁମକୁ ଚାହିଁ
ପ୍ରିୟ ହୋଇଥିଲା ଯମୁନା ଘାଟ
ଗୋପୀଙ୍କ ସାଙ୍ଗରେ ରଚିଲ ନାଟ
ରାଧାପାଇଁ ସେଠି ବସିଲା ହାଟ
ରୁକ୍ମଣୀରାଣୀକୁ କଲ ହରଣ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୪)

ଯୋଶଦାରାଣୀର ହେଲ ହେଲ କହ୍ନାଇ
ଦେବକୀ ମାତାକୁ ଭୁଲିଲ ନାହିଁ
ରାଧାରାଣୀକୁ ଯେ କଲ କପଟ
ଗୋପପୁରଟାରେ ହେଲା ପ୍ରକଟ
ଯଶୋଦା ମା'ର ଖାଇଲ ଛାଟ
ବାସୁକି ଉପରେ କଲ ଶୟନ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୫)

ଜୀବମାନଙ୍କର ପ୍ରାଣରସାଇଁ
ତୁମ ଚିନ୍ତାବିନୁ ଉଦ୍ଧାର ନାହିଁ
ବାମନ ରୂପରେ ହୋଇଛ ଛୋଟ
ବିଶ୍ବରୂପ କରିଥିଲ ପ୍ରକଟ
ଆକାରଠୁ ବଳି ହେଲ ବିରାଟ
ତୁମେ ଶିବ ପ୍ରଭୁ ତୁମେ ମୋ ବ୍ରହ୍ମ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୬)

ମନ୍ଦିର ଯିବାକୁ ବଳ ତ ନାହିଁ
ରକ୍ଷାକର ମୋତେ ଜଗତସାଇଁ
ତୁମରି ହାତରେ ସଭିଙ୍କ ଛାଟ
ସକଳ ପ୍ରାଣୀଙ୍କ ଅଟହେ ଘଟ
ଜୀବନ ମୋହର ହେଲା ଉତ୍କଟ
ଶ୍ରୀଚରଣେ ରହୁ ମନ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୭)

ଅନାଥର ନାଥ ଅଟ ଗୋସାଇଁ
ମନ୍ଦିରକୁ ଯାଏ ଲୋତକ ନେଇ
ପିନ୍ଧିଥିଲ ତୁମେ ରାଧାର ପାଟ
ରାଧା ପିନ୍ଧିଥିଲା ତୁମ ମୁକୁଟ
ଗୋପନଗରୀରେ ହେଲା ପ୍ରଘଟ
ଟେକି ଧରିଲ ଗିରିଗୋବର୍ଦ୍ଧନ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୮)

ନାହିଁ ବନ୍ଧୁ କେହି ନାହିଁଟି ଭାଇ
ସାକ୍ଷୀ ରହିଅଛ ତୁମେ ଗୋସାଇଁ
ନକର ନକର ପ୍ରଭୁ କପଟ
ପ୍ରାଣ ମୋର ନେଇଯାଅ ଝଅଟ
ଯନ୍ରଣାରେ ହୁଏ ମୁଁ ଛଟପଟ
ପଦ୍ମପୟରରେ ନେଲିଶରଣ
ଜୟ ଜୟ ନିରଞ୍ଜନ
ତୁମେ ପ୍ରଭୁ ନାରାୟଣ (୯)

ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ 
ଦୂରଭାଷ - ୯୦୪୦୭୫୧୪୯୦

Post a Comment

0Comments
Post a Comment (0)