
ସଭିଙ୍କ ଅଟେ ଭାରୀ ସେ ପ୍ରିୟ
ମାନେ ଗୁରୁଙ୍କ ବାଣୀ
ପୂଜଇ ସିଏ ପିତା ମାତାଙ୍କୁ
ସ୍ବୟଂ ଦେବତା ମଣି...
ଦିଏ ନି କାହା ମନ ରେ କଷ୍ଟ
ସତ୍ୟ ବଚନ କହେ
ଅସୁବିଧାରେ ସାଙ୍ଗ ସାଥୀଙ୍କୁ
ସଦା ସହାୟ ହୁଏ...
ମନରେ ତାର ରଖଇ ଦୟା
ରୋଗୀ ଦୁଃଖୀଙ୍କ ଠାରେ
କର୍ତ୍ତବ୍ୟ ପଥୁ ହଟେ ନାହିଁ ସେ
ନ ଡରେ ବିପଦ ରେ....
କଳି ଗୋଳରୁ ସଦା ଦୂରରେ
ପାଠ ପଢା ରେ ମନ
କଥାଟି ତାର ଅମୃତ ବାଣୀ
ସଦା ରହେ ପ୍ରସନ୍ନ...
ସଭିଙ୍କ ଠରୁ ପାଏ ଆଦର
ସୁନ୍ଦର ଭବିଷ୍ୟତ
ସେଥିପାଇଁ ତ ଦେଶ ବିକାଶେ
ଲୋଡା ଆଦର୍ଶ ଛାତ୍ର....
ଇଂ ସସ୍ମିତା ବେହେରା
ସୋଲର, ଛତିଆ, ଯାଜପୁର