Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବୃକ୍ଷକୁ ଲଗାଅ ଜୀବନ ବଞ୍ଚାଅ - ମିଥୁନ ସାହୁ

ଆଜିଯାଏଁ ସତେ ଏ ମାନବ ଜାତି
ବୁଝିତ ପାରିନାହାନ୍ତି,
ଜୀଇଁବା ପାଇଁକି କଅଣ କରିବା
ଉଚିତ ଓ ଅନୁଚିତି,।।
ନିଜ ସ୍ୱାର୍ଥ ପାଇଁ କିଛିବି କରନ୍ତି
ଆଗପଛ ନ ବିଚାରି,
ଏମିତି ଛୋଟିଆ ଭୁଲ୍ ଟିଏ ପାଇଁ
ଜୀବନ ଦିଅନ୍ତି ହାରି,,।।
ନିଜ ଖୁସିପାଇଁ କେତେଯେ ବୃକ୍ଷକୁ
କରୁଛନ୍ତି ଅନାଦାର,
ତାକୁ କାଟି ଆଣି ଜାଳେଣି କରନ୍ତି
ଆଉ କେହି କୋଠା ଘର,,।।
ଭାବନ୍ତିନି କେହି ସେହି ବୃକ୍ଷ ପାଇଁ
ପାଉ ବୋଲି ଅମ୍ଳଜାନ,
ତା ପାଇଁ ସୁନ୍ଦର ଦିଶେ ପରିବେଶ
ଥାଏ ମଧ୍ୟ ତା ଜୀବନ,,।।
ଅଙ୍ଗାରକାମଳ ହୋଇଗଲେ ବୃଦ୍ଧି
ସବୁ ହୁଏ ଯେ ଦୁଷିତ,
ଜଳ,ମାଟି,ବାୟୁ ତା ସଙ୍ଗେ ସମସ୍ତ
ଜୀବ ପାଆନ୍ତି ଆଘାତ,,।।
ବୃକ୍ଷକୁ ସର୍ବଦା ଆଦର ହିଁ କର
ନ' କର ଯେ ଅନାଦାର,
ବୃକ୍ଷକୁ ଲଗାଅ ଜୀବନ ବଞ୍ଚାଅ
ଭାବି ଏକ ପରିବାର,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments