ବନ୍ଦେ ମାତ ସରସ୍ଵତୀ
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
• --------- -------------------- ----------
• ରଜତ ଶୁଭ୍ର ଜୋଛନା ନିନ୍ଦେ କାନ୍ତି ଯାର,
• ଶୁଭ୍ର ବସନ ଶୋଭିତା ଜୋତୀର୍ମୟୀ ମୂର୍ତ୍ତି,
• ଇନ୍ଦ୍ର ନୀଳମଣି ଜିଣି କୁଞ୍ଚିତ କୁନ୍ତଳ ।
• ଶ୍ବେତ ଶୁଭ୍ର ମଞ୍ଜୁ ବୀଣା ହସ୍ତେ ବିଦଧତି ।।
•
• ଶୁଭ୍ର ମରାଳ ବାହାନେ ଶୁଭ୍ର ପଦ୍ମାସନୀ,
• ଗ୍ରହ ନକ୍ଷତ୍ର ମାଳିକା କଣ୍ଠେ କଣ୍ଠମାଳ,
• ଶୁକ୍ଳ ପୁଷ୍ପ ବିଶୋଭିତା ଗୋଲକ ବାସିନୀ ।
• ଶ୍ବେତ ବାସଚନ୍ଦନ ଚର୍ଚ୍ଚିତା ମନୋହର ।।
•
• ବନ୍ଦନ୍ତି ଯେ ପଦ ବ୍ରହ୍ମା, ଶଙ୍କର, ଅଚ୍ୟୁତ
• ସେ ପଦାବ୍ଜେ ନିତ୍ୟ ରଟୁ ଥାଉ ମୋର ମନ,
• ହୃଦୟ ମନ୍ଦିରେ ବାରେ ହୋଇ ବିରାଜିତ ।
• ଜ୍ଞାନର ଭଣ୍ଡାର ମାତ କରଗୋ ପ୍ରଦାନ ।।
•
• ବିଷୟା ବିଷ ରେ ଦେଖ ହେଉଛି ଅଧିର,
• ସଂସାର ଜଞ୍ଜାଳ ଜାଳେ ମନେ ଲାଗେ ଭୟ,
• ସତେ ହେବ ଅପସୃତ ଅଜ୍ଞାନ ତିମିର ।
• ଭଗବତୀ ମହାଦେବୀ ହେବୁ କି ସହାୟ ।।