ସ୍ମୃତି ଭରା ଜହ୍ନ - ମାନସ ରଞ୍ଜନ ପଟ୍ଟନାୟକ

ସ୍ମୃତି ଭରା ଜହ୍ନ - ମାନସ ରଞ୍ଜନ ପଟ୍ଟନାୟକ

ତୁମେଥିଲ ସେଦିନର ସ୍ମୃତିଭରା ଜହ୍ନଟିଏ
କାହାପାଇଁ ଭକ୍ତି ଆସେ କେନ୍ଦୁଝର ଭିଡୁଥାଏ।

ଐତିହର କଟକରେ ଅଟକିଲା ରେଳଗାଡି
ହସଭରା ବଦନରେ ଉଇଁଥିଲା ଜହ୍ନଗୋଟି।

ମନରୋମ ଯଉବନ ଲାବଣ୍ୟ ରୂପ ତାହାର
ଭୁଲିହେବ ନାହିଁ ଯମା ମତୁଆଲା କଣ୍ଠସ୍ୱର।

କେନ୍ଦୁଝର ଯିବାପାଇଁ ମନରେ ଥିଲା ଆଗ୍ରହ
ପାଖେ ତାକୁ ଦେଖି ମୁହିଁ ଆସୁଥିଲା ଭାରି ମୋହ।

ପଚାରିଲି ତାକୁ ସେଠି କେଉଁଠି ବାସ ତୁମର
ଧିରନମ୍ର ସ୍ବଭାବର ପରିଚୟ ସେ ଜହ୍ନର।

ଛୁକ୍‌ ଛୁକ୍‌ ଶବ୍ଦକରି ରେଳଗାଡି ଯାଉଥିଲା
ବୁଝୁଥିଲି କେତେକଥା ଘଟଗାଁ ଦିଶୁନଥିଲା।

ତୋଟାମାଳ ଜଙ୍ଗଲର ପ୍ରାଚୁର୍ଯ୍ୟ ସଂପଦଭରା
ନିମିଷକ ଦୃଶ୍ଯହୁଏ ପାହାଡପର୍ବତ ଘେରା।

ମାଆପୁଅ ଦୁହେଁମିଶି ଯାଉଛୁ ତାରିଣୀ ପୀଠେ
ଭାବୁଅଛୁ ଆମେ ଦେଖି ମାଆ ପଠାଇଛି ସତେ।

ଘଟଗାଁର ପଟ୍ଟଚିତ୍ର ରେଳମଧ୍ୟେ ଶିକ୍ଷାଦିଏ
ମନେ ଆମ ଉଙ୍କିମାରେ ପ୍ରକୃତ ଭକତ ସିଏ।

ସ୍ମୃତିଭରା ଜହ୍ନହୋଇ ରହିଥାଉ ସେହିସ୍ବପ୍ନ
ସରଗର ଆନନ୍ଦକୁ ମାଆ ତାର କୋଳେଆଣ।

ତାର ଜୋସ୍ନା ବିକଶିବ ଉତ୍କଳଭୂମି ଉପରେ
ସଦାଖୁସି ହୋଇ ସେହି ରହିଥିବ କେନ୍ଦୁଝରେ।


ମାନସ ରଞ୍ଜନ ପଟ୍ଟନାୟକ, ସାକ୍ଷିଗୋପାଳ, ପୁରୀ - ୭୫୨୦୧४

0 Comments