ଆହେ ଗଜାନନ,ତୁମ ମୂଷିକ ବାହନ
କେତେ ଖୁସିରେ ନାଚନ୍ତି ଦେଖ
ହାତେ ଲଡୁ ଧରି, ଖୁସିରେ କୁହନ୍ତି
ମୋ ପ୍ରଭୁ ଆସିଲେଣି ଦେଖ.....
ଦୁଃଖ ନାସିବାକୁ,ମୋ ଗଣପତି
ଆସିଛନ୍ତି ଧରା ଧାମ
ଦୁଃଖ ଦୁର୍ଦଶା ସବୁ ଛାଡ଼ିଣ ପଳାଏ
ଶୁଣିଦେଲେ ତାଙ୍କ ନାମ......
ତାଙ୍କ ସାଥେ ପୁଣି ଶୁଭ, ଲାଭ ଆସିଛନ୍ତି
ବାଣ୍ଟିବେ ଧନ,ଜ୍ଞାନ
ନିର୍ମଳ ମନରେ ଗ୍ରହଣ କରରେ
ତେବେ ତୁମେ ହୋଇବ ବିଦ୍ୱାନ....
ପ୍ରଭୁଦତ୍ତ ପ୍ରଧାନ
ଦୁର୍ଗାପ୍ରସାଦ, ନୟାଗଡ, ମୋ- 7978588177
ଆହେ ଗଜାନନ - ପ୍ରଭୁଦତ୍ତ ପ୍ରଧାନ
September 12, 2018
0