OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଶିଶୁ କବିତା - ଆସ ପାଠ ପଢିବା - ସସ୍ମିତା ସାହୁ

ଶିଶୁ କବିତା - ଆସ ପାଠ ପଢିବା - ସସ୍ମିତା ସାହୁ

ଆସ ପାଠ ପଢିବା ଭଲ ମଣିଷ ହୋଇବା,
ଶିକ୍ଷାକୁ ଆଧାର କରି ଦେଶକୁ ସଜାଡ଼ିବା II
ସତ୍ୟ ଧର୍ମ ଅହିଂସା ସ୍ନେହ ଦୟା ମିମାଂସା,
ସାହାଯ୍ୟକୁ ଆଧାର କରି ଜୀବନକୁ ଗଢିବା II
ଉଚ୍ଚଆଶା ଦୃଢ ନିଷ୍ଠା ପାଥେୟ କରି ଚାଲିବI,
ଅହଂକାର ଅନ୍ୟାୟର ସର୍ବନାଶ କରିବା II
ପିତାମାତା ଭାଇବନ୍ଧୁ ସଭିଙ୍କୁ ସମ୍ମାନ କରିବା,
ଗୁରୁଜନ ଶିକ୍ଷକଙ୍କୁ ଉଚ୍ଚାସ୍ଥାନେ ରଖିବା II
ସଂସ୍କାର ଓ ପରମ୍ପରାକୁ କେବେ ନ ଭୁଲିବା,
ଆମ ଦେଶ ଜାତି ପାଇଁ ଆଦର୍ଶ ନାଗରିକ ହେଵା II
ଭାଇଚାରା ରଖିବା ପରସ୍ପର ମିଶି ଚଳିବା ,
ସମସ୍ତଙ୍କ ପାଇଁ ଆମେ ଉଦାହରଣ ହୋଇବା II
ଆମ ନୀତି ଆଚାର କର୍ମ ଆଉ ବ୍ୟବହାର ,
ଚାଲି ଆଉ ଚଳନ ଅତି ସୁନ୍ଦର କରିବା II
ହେଵା ଏକ ଆଦର୍ଶ ସମାଜ ସୁଧାରକ ,
ଘୃଣା ନିନ୍ଦା କ୍ରୋଧ ଭୁଲି ହେଵା ପଥ ପ୍ରଦର୍ଶକ II
ଉଚ୍ଚନୀଚ୍ଚ ଜାତି ଭେଦ ମୂଳପୋଛ କରିବା ,
ଏକ ଜାତି ଏକ ଧର୍ମ ମଣିଷକୁ କରିବା II
ବିଦ୍ୟା ବୁଦ୍ଧି ଜ୍ଞାନକୁ ଭଲ କାମେ ଲଗାଇବା ,
ଅନ୍ଧାର ପଛକୁ ଠେଲି ଆଲୋକ ଦେଖାଇବା II
ଅଶିକ୍ଷା ବେକାରୀ ଆଉ ଦାରିଦ୍ର୍ୟ ଅନାହାର ,
ହଟାଇବା ଧକ୍କା ଦେଇ ଦେଶୁ ତାଙ୍କୁ ବାହାର II
ଦୁଃଖ କଷ୍ଟ ପ୍ରତାରଣା କାହାକୁ ବି ନ ଦେବା ,
ସତ୍ୟ ଧର୍ମ ପଥେ ସଦା ଚାଲି ଚଲାଉଥିବା II
କର୍ତ୍ତବ୍ୟରେ ଅବହେଳା କେବେ ବି ନ କରିବା,
ସଦା ସର୍ବଦା ଚଂଚଳ ଚିର ଜାଗ୍ରତ ରହିବI II
ସଦ୍ବୁଦ୍ଧି ବିବେକ ଆଉ ମନ ସ୍ଥିର ରଖିବା ,
ଆତ୍ମବିଶ୍ୱାସ ଦୃଢ କରି ନିର୍ଭୟରେ ଜିଇଁବା II
ଜୀବନକୁ ବ୍ୟସନମୁକ୍ତ ଅନୁଶାସନେ ଭରିବା,
ମନରେ ଉତ୍ସାହ ଭରି ଇଛା ଶକ୍ତି ଜଗାଇବା II
ସତ୍ୟକୁ ଈଶ୍ୱର ମଣି ମଧୁରବଚନ କହିବା ,
ସମ୍ପୂର୍ଣ ଜଗତକୁ ଆମେ ଏକ କୁଟୁମ୍ବ କରିବା II
ନୈତିକତା ଭୁଲିବIନି ଦେଶ ସେବା କରିବା ,
ଚରିତ୍ରକୁ ଶୁଦ୍ଧ ରଖି ଲକ୍ଷ୍ୟ ଉଚ୍ଚ କରିବା II
ଆସ ପାଠ ପଢିବା ଆସ ପାଠ ପଢିବା II


ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର - ୪୨୨୧୦୧

0 Comments