OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଆଲୋଚନା - ଆଧୁନିକତା ଅନ୍ଧାର ଗଳିକୁ ଏକ ସଫା ରାସ୍ତା - ସସ୍ମିତା ସାହୁ

ଆଲୋଚନା - ଆଧୁନିକତା ଅନ୍ଧାର ଗଳିକୁ ଏକ ସଫା ରାସ୍ତା - ସସ୍ମିତା ସାହୁ


ଆଧୁନିକ ଶବ୍ଦ ଟା ଶୁଣିବାକୁ ଯେତିକି ଭଲ ଲାଗୁଛି ,ସମାଜରେ ତାର କୁପ୍ରଭାବ ସେତିକି ମାତ୍ରାରେ ଅଧିକ Iଆସନ୍ତୁ ଦୃଷ୍ଟି ପକାଇବା ଆଜିର ସମାଜରେ ଆଧୁନିକତାର ମାନେ କଣ ? ଏଇ ଯେମିତି ..ନିଜର ମାତୃଭାଷା କହିବାକୁ ଲଜ୍ଜା କରିବା ଓ ବିଦେଶୀ ଭାଷାକୁ ପ୍ରାଧାନ୍ୟ ଦେବା.. ନିଜର ସଂସ୍କୃତି ଓ ପରମ୍ପରା କୁ ଅବମାନନା କରିବା ...ଚିରା ଫଟା ପୋଷାକ ପିନ୍ଧି ଶରୀର ପ୍ରଦର୍ଶନ କରିବା.. ନିଜ ସଂସ୍କାରକୁ ଭୁଲି ପାଶ୍ଚାତ୍ୟ ସଂସ୍କାରକୁ ଆପଣେଇବା ..ନିଶାଗ୍ରସ୍ତ ହୋଇ କ୍ଲବ ଓ ପବ ରେ ଅର୍ଦ୍ଧନଗ୍ନ ହୋଇ ନାଚିବା.... ସମାଜ ଓ ପରିବାରକୁ ଛାଡି ଅଲଗା ରହିବା...ଟଙ୍କାର ଅସଦ୍ବ୍ୟବହାର କରିବା ..ମଇଳା ଧୋତି ପିନ୍ଧି ଥିବା ବାପାଙ୍କୁ ଅନ୍ୟ ଆଗରେ ପରିଚିତ କରାଇବାକୁ ଲଜ୍ଜା ଅନୁଭବ କରିବା ... ମା'ର ଚିରା ପଣତରେ ମୁହଁ ପୋଛିବାକୁ ଘୃଣା କରିବା ...ନିଜର ବାହ୍ୟ ସୌନ୍ଦର୍ଯ୍ୟ ପାଇଁ କଅଁଳ ଶିଶୁକୁ ସ୍ତନ୍ୟପାନରୁ ବଂଚିତ କରିବା ...ଗୁରୁଜନ ମାନଙ୍କୁ ଅସମ୍ମାନ କରିବା ଏବଂ ସାନମାନକୁ ସ୍ନେହ ନ ଦେବା ...ନିଜ ଗାଁ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ଦେଖି ପ୍ରଣାମ କରିବାକୁ କୁଣ୍ଠାବୋଧ କରିବା .. ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ ନ କରିବା...ସ୍ୱାସ୍ଥ୍ୟକର ଖାଦ୍ୟ ଛାଡି ଅସ୍ୱାସ୍ଥ୍ୟକର ଖାଦ୍ୟ ଭୋଜନ କରିବା ...ବୃଦ୍ଧ ପିତାମାତାଙ୍କୁ ଅତିଥି ଗୃହ କିମ୍ବା ବୃଦ୍ଧIଶ୍ରମରେ ରଖିବା...ନିଜ ପରିବାର ଆଉ ଛୁଆମାନଁକୁ ସମୟ ନ ଦେବା.. ଦୁଖୀ ,ଦରିଦ୍ର ଓ ଅସହାୟ ଲୋକଙ୍କର ସେବା ନ କରିବା... ନିଜ ଘର ସଫା ରଖି ବାହାରେ ଅପରିଷ୍କାର କରିବା... ଛୁଆଙ୍କୁ ଅଜାଆଇଙ୍କ ଠାରୁ ଗପ ଶୁଣିବାକୁ ନ କହି ଟିଭି ଓ ମୋବାଇଲ ରେ କାର୍ଟୁନ ଦେଖିବାକୁ କହିବା ..ମନ୍ଦିର ପାଇଁ ସମୟ ନାହିଁ କହି ମଲକୁ ବାରମ୍ବାର ଯିବା.... ପଡୋଶୀ ସହିତ ସମ୍ପର୍କ ନ ରଖି ମୁଖପୁସ୍ତିକା ରେ ଅନେକ ବନ୍ଧୁ କରିବା... ପକେଟ୍ ରେ ପାଞ୍ଚଟି ଫୋନ ଥାଇ ପାଞ୍ଚ ଜଣଙ୍କ ସହ ସୁସମ୍ପର୍କ ନ ରଖିବା… ରାସ୍ତାରେ ଏକୁଟିଆ ଝିଅ ଦେଖି ହଇରାଣ କରିବା…ସମୟାନୁବର୍ତ୍ତୀ ନ ହେବା ଇତ୍ୟାଦି ଇତ୍ୟାଦି I ଆପଣମାନେ କୁହନ୍ତୁ ,ଏହି ସବୁ କଣ ଆଧୁନିକତାର ଲକ୍ଷଣ I ଯଦି ହଁ ବୋଲି ଭାବୁଛନ୍ତି ତାହାହେଲେ ଏହା ଅନ୍ଧାର ଗଳିକୁ ଏକ ସଫା ରାସ୍ତା I

ମୋ ମତରେ ଆଧୁନିକ ର ଅର୍ଥ , ଉନ୍ନତ ବ୍ୟବସ୍ଥା, ଉନ୍ନତ ଶାସନ , ଉନ୍ନତ ପ୍ରଣାଳୀ , ଉନ୍ନତ ନିୟମ , ଉନ୍ନତ କୌଶଳ , ଉନ୍ନତ ବିଦ୍ୟା ,ଉନ୍ନତ ଚିନ୍ତାଧାରା ,ଉନ୍ନତ ସଂସ୍କାର ଆଉ ବ୍ୟବହାର ହେବI କଥା I କିନ୍ତୁ ଠିକ ଓଲଟା , ଆଧୁନିକତା ନାଁ ରେ ବିଭିନ୍ନ ପ୍ରକାର ଅସାମାଜିକ କାଣ୍ଡ ଘଟିବାର ପରିଲକ୍ଷିତ ହେଉଛି I ଗୋଦରI କୋଡେ ଯେତେ ମାଡ଼େ ସେତେ I ଠିକ ସେଇ ଭଳି , ଆମେ ଭାବୁଛୁ ଆମେ ଆଗକୁ ଯାଉଛୁ କିନ୍ତୁ ଆମେ ପଛକୁ ଆସୁଛୁ Iଉଚ୍ଚମନI ହେବା ପରିବର୍ତ୍ତେ ନିମ୍ନ ମନା ହୋଇ ଗଲେଣି I ଅନ୍ୟର ଦୁଃଖ ବୁଝିବା ବଦଳରେ ଅନ୍ୟକୁ କଷ୍ଟ ଦେଉଛେ I ଆଉ ଆମକୁ ଅନୁସରଣ କରୁଛନ୍ତି ଆମରି ପିଲା ମାନେ I ପ୍ରକୃତ ଆଧୁନିକତା ହେଉଛି , ପରିବାର ର ମଙ୍ଗଳ , ସମାଜର କଲ୍ୟାଣ ଆଉ ଦେଶ ସୁରକ୍ଷା ପାଇଁ କିଛି ନୂଆ ଉତ୍ତମ ପଦକ୍ଷେପ I ଶିଶୁର ଭବିଷ୍ୟତ ,ନାରୀର ସମ୍ମାନ ,ଶିକ୍ଷାର ପ୍ରସାର ,ଶାନ୍ତି ପ୍ରତିଷ୍ଠା ,ଦାରିଦ୍ର୍ୟ ଦୂରୀକରଣ ,ଅପରାଧର ହ୍ରାସ ଏବଂ ଭ୍ରଷ୍ଟାଚାର ର ଲୋପ ...ଏ ସବୁ ପାଇଁ ଯେଉଁ ଯେଉଁ ଉତ୍ତମ ବ୍ୟବସ୍ଥା ସୃଷ୍ଟି କରାଯିବ ତାହା ହିଁ ଆଧୁନିକତା I ବାକି ସବୁ ଅଦରକାରୀ I ତେଣୁ ବେଳ ଥାଉଁ ଥାଉଁ ଯଦି ଆମେ ସୁଧୁରି ଯାଆନ୍ତେ, ତାହାହେଲେ ଆଧୁନିକତାର ଅସଲ ଉଦ୍ଦେଶ୍ୟ କୁ ଆମେ ସାଫଲ୍ୟ ମଣ୍ଡିତ କରନ୍ତେ I ନିଜକୁ ଆଧୁନିକ ବୋଲି ଗର୍ବରେ କହି ପାରନ୍ତେ I


ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର

0 Comments