Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗଜାନନ ଦିଅ ଦରଶନ - ସିଦ୍ଧେଶ୍ଵର ତ୍ରିପାଠୀ

ଜୀବନ ମୋ ଅଜ୍ଞାନ ଅନ୍ଧାର
ମନ ସାରା ବିଷ ଖାଲି ବିଷ
କୃପାକର ଅଧମକୁ ବାରେ
ଜ୍ଞାନଦାତା ହେ ପ୍ରଭୁ ଗଣେଶ ।

ବୁଦ୍ଧି ହିନ ମୁଁ ବିପଥ ଗାମୀ
ତୁମେ ପ୍ରଭୁ ବୁଦ୍ଧିର ସମ୍ରାଟ
ଯଦି ତୁମ ସୁଦୟା ହୋଇବ
ଆଲୋକର ପାଇବି ମୁଁ ଭେଟ ।

ଅନ୍ଧ ମୁଁ ଯେ ଆଖି ଥାଉ ଥାଉ
ଭଲ ମନ୍ଦ ବୁଝିପାରେ ନାହିଁ
କୃପା କର ହେ ବିଘ୍ନ ନାଶନ
ଅନ୍ଧକାର ଯାଉହେ ଉଭେଇ ।

ରାତି ପରି ଜୀବନଟା ଲାଗେ
ଚାରିଆଡେ କଳା କିଟିମିଟି
ଗଜାନନ ଦିଅ ଦରଶନ
ଧନ୍ୟ ହେବି ତୁମକୁ ମୁଁ ଭେଟି ।


ସିଦ୍ଧେଶ୍ବର ତ୍ରିପାଠୀ,
କୁଣ୍ଡିଲୋ, କେରଙ୍ଗ, ଖୋରଧା

Post a Comment

0 Comments