ମୃତ୍ୟୁ ପରେ - ଅଧ୍ୟାପିକା ସସ୍ମିତା ମିଶ୍ର

ମୃତ୍ୟୁ ପରେ - ଅଧ୍ୟାପିକା ସସ୍ମିତା ମିଶ୍ର

ତୃପ୍ତ ମରଣ ଟିଏ ମରିପାରିଲି ନାହିଁ
ଏଇ ଅବବୋଧରେ
ଏଇ ଅବଶୋଷରେ
ଏଇ ଅନ୍ତ'ଦହନରେ
ଏଇ ଅତୃପ୍ତିରେ
ଏଇ ଅବସାଦରେ
ଶୁଷ୍କଜୀବନର ତରୁ
ପତ୍ର ଝଡା ରେ ସ୍ବପ୍ନ ସବୁ ॥

ନା କାହା ଦେହରେ
ଶିହରଣ ମୋ ପାଇଁ
ମୁଁ ତ କଣ୍ଟକିତ କାକଟସ ଟା
ନା କୁସୁମ ସୁରଭି
ନା ଫଳର ସମ୍ଭାର ॥

ନା କାହା ପାଇଁ
ଅନିବାର୍ଯ୍ୟ ମୁଁ
ବିଛୁଆତି ପରି ଉପଲକ୍ଷଟିଏ
"ଆଣିବି ଦେଖିବୁ ବିଛୁଆତି ଛାଟ"
ଏଇଠି ସମାପ୍ତ
ମୋର ସମସ୍ତ ଯୋଗ୍ୟତା
ଯେତକ ପାରିଲାପଣ ॥

ନା ମୋର ଅବର୍ତ୍ତମାନରେ
କିଛି ଥିବ ଅପାସୋରା
କବିତା କି କଥା
ଚିତ୍ର କି ଚରିତ୍ର
ନୃତ୍ୟ କି ନାଟକ
ଚର୍ଚ୍ଚିତ ହେବା ପାଇଁ????

ସୁଦୁ ଧଳା କାନଭାସଟେ
ଧରି ବସିଲ କାହିଁକି ?
ଆଙ୍କି ଦଉନ ଶୁଖୁଲା ଡାଳଟିଏ
କେହି ଯଦି କେଵେ
ଖୋଜିବସେ
ତାର ଅନ୍ତରକୁ
ଅନ୍ଧାରଭେଦି
ଗୁଡ଼ାଏ ଭିତରକୁ ଚାଲିଗଲେ
ମୋତେ ଭେଟିବ ନିଶ୍ଚିତ
ମୁଁ ନିଶ୍ଚେତ ସେଇଠି
ଚରମ ଅତୃପ୍ତିରେ
ଅବଶୋଷରେ ଅବସାଦରେ
ମୃତ୍ୟୁରେ ନୁହେଁ
ବରଂ ଏମିତିକା ମୃତ୍ୟୁରେ.....


ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ

0 Comments