Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶୁଭ ଅଭିନନ୍ଦନ - ସଦାନନ୍ଦ ସାହୁ

ଜଗତର ନାଥ ହୁଅହେ ସଦୟ
ବ୍ରହ୍ମା ପ୍ରସାଦ କୁ ମୋର ;
କୋଟି ଆଶୀର୍ବାଦ ଦିଅ ପ୍ରଭୁ ନାଥ
ଆଜି ତା'ଜନମ ବାର !!
ମୋ ଆଖି ସପନ ବ୍ରହ୍ମା ମୋର ଧନ
ଏତିକି ଜାଣିଥା' ପ୍ରଭୁ ;;
ଚଲାପଥ ତା'ର କୁସୁମିତ ହେଉ
କର ଆଶୀର୍ବାଦ ବିଭୁ !!
ମୁଁ ମାଆ ରାଜଶ୍ରୀ କରୁଛି ହେ ଅଳି
ଏତିକି କାମନା ମୋର ;;
ସପତ୍ନୀକେ ପୁତ୍ର ହସୁ ନିରନ୍ତର
ବେସୁରା ନ ହେଉ ସ୍ୱର !!
ମୋ ବୋହୂ ମିନତୀ ସାଜୁ ମୋ ସମ୍ପତି
କୁନାକୁ ଆଦର କରି ;;
ମୋ ନାତି ନାତୁଣୀ ମାମୁନୀ ଟୁଇଙ୍କିଲ
ଓଠେ ଦିଅ ହସ ଭରି !!
ବ୍ରହ୍ମା ବପା ମୋର ସାଜୁ ହେ କୁବେର
ପୁତ୍ରର ସମୃଦ୍ଧି ଦେଖି ;;
ଅଗଣୀ ର ମଣି ବ୍ରହ୍ମା ଧନ ମଣି
ହଉ ପ୍ରଭୁ ସଦା ସୁଖୀ !!
ନୂଆ ଭୁବନର ଏ ଗାନ୍ଧୀ ନଗର
ଭିଟା ମାଟି ଆମ ହସୁ ;;
ଶୁଭ ଅବସରେ ଏ ଜନମ ଦିବସେ
ପ୍ରୀତି ପୁଷ୍ପ ଖାଲି ଭାସୁ !!
ସମୃଦ୍ଧି ପରବ ଶୁଭ ଜନ୍ମଦିନ
ଚାଳିଶ ବିଜୟ ଅଦ୍ୟ ;
ଶୁଭ ଆଶୀର୍ବାଦ ଥାଉ ସଦା ନିତ୍ୟ
ଶତାୟୁ ହେଉ ମୋ ପୁତ୍ର !!
ବିଶ୍ୱ ନିୟନ୍ତା ମୁଁ ତୁମରି ଆଶ୍ରିତା
କରିବନି ହତାଦର ;
ପିଲା ପରିବାର ତଵ ହସଫୁଲ
ଆହେ ପ୍ରଭୁ ନିରାକାର !!


(ମୋର ଜଣେ ସହୃଦୟ ପାଠକ ଙ୍କ ଜନ୍ମ ଦିବସ ଉପଲକ୍ଷେ କବିତା ଟି କୁ ସମର୍ପଣ କରିଅଛି)


ସଦାନନ୍ଦ ସାହୁ, କାରା କର୍ମଚାରୀ,
କେନ୍ଦ୍ରୀୟ କାରାଗାର, କଟକ, ଚୌଦ୍ୱାର

Post a Comment

0 Comments