ଶରଧାବାଲିରେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଶରଧାବାଲିରେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଶରଧାବାଲି ରେ, ରାଗ—ଶୁଦ୍ଧ ବସନ୍ତ, ତାଳ—ଏକତାଳି

ସଖୀ ଦେଖରେ
ମହାସମାଦରେ ଏ ବଡ ଦାଣ୍ଡରେ
ରଥ ଚଢ଼ି ମହା ଆଡ଼ମ୍ବର ଭୋଳେ
ଉଭା ବାମନ ମୂରତି ରୂପରେ ।।

ସଙ୍ଗେ ଭାଇ ଭଉଣୀ ତାର ବର୍ଷା ଋତୁ ଆଦ୍ୟ ଆଷାଢ଼
ବିଜୁଳି ଚମକେ ଘଡଘଡି ମାରେ
ଲୀଳା ଲଗାନ୍ତି ଜଗତ ଠାକୁ୍ରେ ।।

ନବଦିନ ଜନମ ବେଦୀ
ରଥେବସି ବୁଲି ଯାଆନ୍ତି
କଥା ଦେଇଥିଲେ ଗୁଣ୍ଡିଚା ରାଣୀ ଙ୍କୁ
ବଡ଼ ଦେଉଳ କୁ ଫେରିବା ବେଳେ ।।

ଶ୍ରୀଗୁଣ୍ଡିଚା ନାମେ ଯାତରା ପ୍ରସିଦ୍ଧି ସାରା ଅଚଳା
ବୁଲେ ବଡ଼ଦାଣ୍ଡେ ପତିତ ମୁକତି
କରି କଳା ଦିଅଁ କରେ ଉଦ୍ଧାର ।।

ସେତେ ଲୀଳାମୟ ଠାକୁର
ମହିମା ଅନନ୍ତ ଅପାର
ଭକତ ଜୀବନ ଧନ ମୋ ସାଆନ୍ତ
ଭକତ କୁ କୋଳେ କୋଳେଇ ଧରେ ।।

ଏପାଇଁ ଏ ଗୁଣ୍ଡିଚା ଯାତ ପତିତପାବନ ତା ନେତ
କହଇ ପ୍ରଫୁଲ୍ଲ ଉଡାଇ ବୁଲନ୍ତି
ଶ୍ରୀପତି ଶରଧାବାଲି ଉପରେ ।।

0 Comments