Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନବବର୍ଷ ୨୦୧୮ - ଶମ୍ଭୁନାଥ ଦାସ

ଶମ୍ଭୁନାଥ ଦାସ
ମୁଖ୍ୟ ସମ୍ପାଦକ - ଅଭିଯାନ
କୋଲକାତା, ଦୂରଭାଷ : ୯୦୩୮୩୯୭୧୩୫

(ନବବର୍ଷ ୨୦୧୮ ଶୁଭ ଆଗମନ ଉପଲକ୍ଷେ)

ହେ ନବବର୍ଷ ଦୁଇ ହଜାର ଅଠର
ଜନ୍ମ ଲଗ୍ନ ତବ ଏହି ଯେ' ସୋମବାର ।
ରହିଛୁ ଅନାଇ ଆମ୍ଭେ ଚାତକ ପରି
ପ୍ରୀତିର ସୁରଭି ଆମ ହୃଦୟେ ଭରି ।
ବହିବ ଗଗନେ ପରା ମଧୁ ମଳୟ
ପୁଲକିତ ହେବ ସତେ ଧରା ବଳୟ ।
ସୂର୍ଯ୍ୟ ଦେବତାଙ୍କ ନୂଆ କିରଣ ପରା
ଉଷୁମ କରିବ ପ୍ରାଣ ଶୀତଳ ଧରା ।
ଝରଣାର ଜଳ ହେବ ନିର୍ମଳ ଏବେ
ପଲ୍ଲବିତ ହେବ ମାଟି ମଟାଳ ତେବେ ।
ପୁରୁଣା ବର୍ଷର ଦୁଃଖ କାହାଣୀ ମାନ
ଭୁଲିଯା'ନ୍ତୁ ସର୍ବେ ଭାଇ ଭଉଣୀ ଆମ ।
ଶାନ୍ତି ମୈତ୍ରୀ ପ୍ରୀତି ଭାବ ଆବୋରି ଆମ୍ଭେ
ନୂଆ ବର୍ଷକୁ ସ୍ଵାଗତ କରିବୁ ସର୍ବେ ।
ହସି ହସାଇଣ ଆମେ ସକଳ ଜନ
ହେଉ ନବବର୍ଷ ତେବେ ସୁଖ ବିଧାନ ।
ଶୁଭଲଗ୍ନ ଅଟେ ଯେଣୁ ଏ ସୋମବାର
ଶୁଭଦୃଷ୍ଟି ରଖ ପ୍ରଭୁ ଶିବ ଶଙ୍କର ।

Post a Comment

0 Comments