ଖେଳଣା - ଡଃ ନୀଳମାଧବ କର

0

ଏଇଟା ମୋ’ ଖେଳଣା
ଆଉ କାହାର ନୁହେଁ,
ଆଉ କେହି ଅନେଇବେନି
ଏଥିରେ ହାତ ଦେବେନି,
ମୋ ଖେଳଣାରେ, ମନ ଇଚ୍ଛା ମୁଁ ଖେଳିବି,
ଭାଙ୍ଗିଗଲା ତ ଆଉ ଗୋଟିଏ ଆଣିବି,
ମୁଁ କେମିତି କେବେ କେଉଁଠି ଖେଳିବି
ସେଇଟା ମୋ ମନ
ସେଥିରେ ଖେଳଣାର ଯାଏ ଆସେ କେତେ
ଖେଳଣାକୁ ମୁଁ ସଜେଇବି ମୋ ଇଚ୍ଛାରେ
ସେଥିରେ ଖେଳଣାର ମନ କଣ
ସେ ଖାଲି ମୋ ପାଇଁ,
ମୋ ଇଚ୍ଛା ପାଇଁ ପ୍ରସ୍ତୁତ ରହିବ,
ରହିଥିବ ସବୁବେଳେ ।
ଧିରେ ଧିରେ ମୋତେ ଲାଗୁଛି,
ମୋ ଖେଳଣା ମୋତେ 
ତା'ର ଖେଳଣା ଭାବୁଛି
ତା ସଙ୍ଗେ ଖେଳ ପାଇଁ
ଭଳି ଭଳି ନିୟମ ଆଣୁଛି,
କାଇଦା କଟକଣା
ଏମତି ନୁହେଁ, ସେମିତି ନୁହେଁ
ଏବେ ନୁହେଁ, ଏଠି ନୁହେଁ, ସେଠି ନୁହେଁ
ମୁଁ ତାକୁ ଛାଡ଼ି ପାରିବିନି ବୋଲି,
ଛିଗୁଲାଉଛି ମୋତେ
ତା’ ପାଖରେ ମୁଁ ବନ୍ଧା ବୋଲି,
ଦେଖେଇ ହେଉଛି ଗରବ କରୁଛି ।

କନସଲଟାଣ୍ଟ ସାଇକିଆଟ୍ରିଷ୍ଟ
ଅନରାରୀ ପ୍ରଫେସର, ଓଲଭରହାମ୍ପଟନ ୟୁନିଭରସିଟି
ଓଲଭରହାମ୍ପଟନ, ୟୁନାଇଟେଡ କିଙ୍ଗଡମ

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)