ସମୟ - ସୁବଳ ଚନ୍ଦ୍ର ରାଉତରାୟ

0

ସମୟ, 
ସବୁ ଥିଲା ଦାନ ତୁମ୍ଭର,
ଦେଇଥିଲ ଧନ ଜନ ଯଉବନ, 
ଭରି ଥିଲ ମନ ଭଣ୍ଡାର ॥

ମଧୁବନ ପରି ଜୀବନ ଥିଲା,
ଯିଏ ଆସି ଗଲା ନିଜର ହେଲା, 
ଲାଗି ଗଲା ମୋହ ମହୁଲି ନିଶା, 
ଇନ୍ଦ୍ରପୁରୀ ପରି ସଂସାର ॥

ଉଡି ଗଲା ଦିନ ପକ୍ଷୀଟେ ପରି, 
ଡେଣାରେ ସ୍ମୃତିର ପରକୁ ଧରି, 
ହେଇଗଲା ନିଃସ୍ଵ ମନର ବୟସ,  
ଝରେ ଝୁରି ନୟନୁଁ ଧାର ॥
ଭୁବନେଶ୍ୱର, ଓଡିଶା

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)