ମୋ ପି.ଏ. - ବିଶ୍ୱଜିତ ନାୟକ

0

ମୋର ଅଛି
ଏକ ସୁନ୍ଦରୀ ପି.ଏ.
ତା'ର ଦରମା
ଜାଣି ନାହାନ୍ତି କିଏ !
ପି.ଏ. ଅଟେ ମୋର
ଏମିତି ସୁନ୍ଦରୀ
ତାକୁ ଦେଖୁ ଦେଖୁ
ସବୁ ଚିନ୍ତା ମୋର
ଯାଏ ଅପସରି !
ଦରମା ତା'ର ବଢ଼ାଏ
ମୁଁ ବର୍ଷକୁ ଦୁଇଥର
ସେ କରୁଥାଏ ପାଗଳ
ମୋତେ ଥରକୁ ଥର !
କାମ କିଛି କରୁ କି ନକରୁ
ସେ ମୋ ପାଖରେ ଥାଉ
ସବୁକିଛି କରିନେବି ମୁଁ
ତା'ର ମୁହଁକୁ
ଟିକେ ଚାହୁଁ ଚାହୁଁ !
ତା'ର ସେ ଲାଜୁଆ ହସ
ମଖମଲି ଚାଲି
ଇଛାହୁଏ ବାରମ୍ବାର
ଦେଖିବାକୁ ତା'ର
ହସ ଖିଲିଖିଲି !
ଦିନେ ନ'ଆସିଲେ ସେ
ମନ ଲାଗେନି
କୌଣସି କାମରେ
ଦିନସାରା କଟିଯାଏ
ଖାଲି ଅଶାନ୍ତି ଅଶାନ୍ତିରେ !

ତୁଣ୍ଡପଡ଼ା, କେଦାରପୁର
ସୋରୋ, ବାଲେଶ୍ୱର
ମୋ - ୭୯୭୮୨୫୬୩୮୬

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)