
ହେ ପ୍ରଭୁ ପରମେଶ୍ଵର,
ଆକୁଳ ବିନତୀ କରୁଣ ପ୍ରାର୍ଥନା
କେବେ ହେବ କର୍ଣ୍ଣ ଗୋଚର ॥୦॥
ତୁମେ ଦୟାମୟ ଦୟାର ସାଗର,
ତୁମ କରୁଣାର ନାହିଁ ପଟ୍ଟାନ୍ତର,
ଆବେଗେ ହେ ହରି ହୁଏ ନିଉଛାଳି
କାହିଁ ହୁଅ ନିଦା ପଥର ॥୧॥
ଜାଣିଛି ହେ ନାଥ ଯାହା ତୁମେ କର,
ଭଲ ହେଇଥାଏ ତହିଁରେ ପ୍ରାଣୀର,
କି ମଙ୍ଗଳ ହେବ କୁହ ହେ ମାଧବ
ସହି ଏତେ ଦୁଃଖର ଭାର ॥୨॥
ଅବୋଧ ବାଳକ ପରି ଏ ଜୀବନ,
ଦିଅ ବାରେ ତା'ରେ ତୁମେ ଦିବ୍ୟଜ୍ଞାନ,
କରେ କଲବଲ ମୋହ ମାୟାଜାଲ
କାଟ ତା'ରେ ଜଗଦୀଶ୍ଵର ॥୩॥
ଭୁବନେଶ୍ୱର, ଓଡିଶା
VOL.IX, ISSUE.IX, SEPTEMBER-2025
Published By Banamallira Mahak