ମହାଳୟା - ସୁବଳ ଚନ୍ଦ୍ର ରାଉତରାୟ

0

ଦେବୀ ଦଶଭୁଜେ ଦୁର୍ଗେ ଦୁର୍ଗତି ନାଶିନୀ, 
ଗିରିଜା ନନ୍ଦିନୀ ଗୌରୀ ଶଙ୍କର ତୋଷିଣୀ,
ଶକ୍ତି ସ୍ଵରୂପା ଶିବାନୀ, 
ଅଭୟ ବର ଦାୟିନୀ 
ଆସ ଧରା ଧାମେ ଆସ ଅମ୍ବିକେ ଭବାନୀ ॥

ଆସିଛି ଋତୁ ଶରଦ,  
ନଭେ ନିର୍ମଳ ନୀରଦ,
ତବ ଆଗମନୀ ପାଇଁ,
ମଂଗଳ ଗୀତିକା ଗାଇ.
କାଶତଣ୍ଡୀର ଚାମର ପକାଏ ମେଦିନୀ ॥

ହେବ ଧରାବତରଣ, 
ପବିତ୍ର ପର୍ବ ପାର୍ବଣ,
ହସି ଉଠିବ ଦିଗନ୍ତ, 
ଦଶଦିଶ ଓ ଗଗନ,
ପୂଜିବେ ଜଗତଜନେ ଜଗଜ୍ଜନନୀ ॥

ଆଜି ଶୁଭ ମହାଳୟା, 
ମା ଗୋ ମଙ୍ଗଳ ଆଳୟା,
ଦୟା କର ଦୟାମୟୀ 
ଦିଅ ବିଜୟ ବିଜୟା,  
ସୁଖ ଶାନ୍ତି ଭରି ଯାଉ ସାରା ଧରଣୀ ॥

ଭୁବନେଶ୍ୱର, ଓଡିଶା

VOL.IX,  ISSUE.IX,  SEPTEMBER-2025

Published By Banamallira Mahak

Post a Comment

0Comments
Post a Comment (0)