
ଜୀବନ ପଞ୍ଜିକା ଲେଖାରେ ଅଧିକା
ସବୁ ଗ୍ରନ୍ଥ ମହାଗ୍ରନ୍ଥ ଠାରୁ
ପ୍ରତି ମୁହୂର୍ତ୍ତର ବିବରଣୀ ଅଛି
ଲିଖିତେ ଜନ୍ମ ପୂର୍ବରୁ ॥୧॥
ପ୍ରଭୁ ଦୟାମୟ ଭାବିଣ ବିଧେୟ
ଲେଖିଛନ୍ତି ଭାବି ଭାବି
କର୍ମ କର୍ତ୍ତବ୍ୟର ସାରାଂଶକୁ ଦେଖି
ହୋଇ ଆପେ ଅନୁଭବୀ ॥୨॥
ଜୀବନ ଅଙ୍କନ ଆକାର ପ୍ରକାର
କିଏ ନ ଜାଣେ ପୂର୍ବରୁ
ଅନୁଭବ କଲେ ସର୍ବେ ଜାଣିଥାନ୍ତି
ଅଙ୍ଗେ ନିଭାଇ ଥିବାରୁ ॥୩॥
ଏହା ଜାଣି ଜ୍ଞାନ ପ୍ରୟୋଗ କରିଲେ
ଜୀବନ ହେବ ସରସ
ଆହେ ଦୀନବନ୍ଧୁ ପ୍ରାଣ ବିନ୍ଦୁ ହୋଇ
ପାଖେ ହେଉଥାଅ ଦୃଶ୍ୟ ॥୪॥
ତୁମ ଦର୍ଶନରେ ସ୍ୱାର୍ଥକୁ ପାସୋରି
ନିଃସ୍ୱାର୍ଥକୁ କରି ସାଙ୍ଗ
ଜୀବନ ସ୍ରୋତରେ ଫସିଯିବ ନାହିଁ
ଯେତେ ଆସିଲେ ତରଙ୍ଗ ॥୫॥
ଶିକ୍ଷୟିତ୍ରୀ, ପି. ଏମ. ଶ୍ରୀ ହାଇସ୍କୁଲ
ସାନଖେମୁଣ୍ଡି, ଚୁଡାଙ୍ଗାପୁର, ଦିଗପହଣ୍ଡି, ଗଞ୍ଜାମ
VOL.IX, ISSUE.IX, SEPTEMBER-2025
Published By Banamallira Mahak