
ଦିବାକର କର ପରଶ ପାଇ ପଙ୍କକ
ରତିଦେବୀ ମୁଖ ସମରେ ନୁହେଁ ତୁ ସଜ ॥
ପଦ୍ମିନୀରେ ନୁହେଁ ତୁ ସୁଠାମ ରତି ମୁଖେ
ନିଶାନାଥ ଯା ମୁଖ ଗବାକ୍ଷେ ଦେଖେ ସୁଖେ ॥
ଏ ଶୋଭା ପାଇଛୁ ନଳିନୀ ଅଦୃଷ୍ଟକ୍ରମେ
ମୁଁ ଯେ ସୁନ୍ଦରୀ ବୋଲି ନ ରହିବୁ ଭ୍ରମେ ॥
କୈରବ କାଳେ ତୁହି ଯେ ମଳିନ ବଦନେ
ରତି ମୁଖ ଚାରୁ ଦେଖୁ କେବଳ ସପନେ ॥
ତୋ ରୂପ ଲାବଣ୍ୟ ସିନା ତପନ ଲୋଭିତ
ହେଲେ କି ହେବ ହେଉ ତୁ ଭ୍ରମରେ ଚୁମ୍ବିତ ॥
ପୁଷ୍ପ ଭୂଷଣ ପ୍ରିୟ ହେଲେ ହେଁ କାମପ୍ରିୟା
କେବଳ ମଦନ ସେବିତ ସେ କାମପ୍ରିୟା ॥
ଶନି ରଶ୍ମୀ ବିକିରିତ ନୟନ ଯୁଗଳ
ଜୋଛନା ପ୍ଳାବିତ ଇନ୍ଦୀବର ବି ନିଷ୍ଫଳ ॥
ସୁନ୍ଦର ତ ଦିଶଇ ପୂର୍ଣ୍ଣଚନ୍ଦ୍ର କଳଙ୍କ
ରତିଦେବୀ ଅଧରବିନ୍ଦୁରେ ନାହିଁ ଟେକ ॥
ରୁଷୁଡା, ବରଗଡ, ଓଡିଶା
ଦୂରଭାଷ - ୮୯୧୭୫୧୮୭୭୪
VOL.IX, ISSUE.VIII, AUGUST-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।