ପିତାମହ ଭୀଷ୍ମ - ମମତା ନାଥ

0

ବୀର ଶୌର୍ଯ୍ୟ, ନୀତି ନ୍ୟାୟର ଦିଗଦର୍ଶକ
ହସ୍ତିନାପୁର ହେଲା ନିଜର
ଗଙ୍ଗାପୁତ୍ର ହୋଇ,
ପୃଥିବୀ ମାତା ଭଳି ସହିଗଲ
ଅଘଟଣ ଘଟୁଥିବା କାର୍ଯ୍ୟର ବିକୃତ ରୂପ
କଥା କହିବା ପୂର୍ବରୁ
ସତ୍ୟବତୀ ପିତାଙ୍କ ବାକ୍ୟ
ଚକ୍ଷୁରେ ନାଚିଗଲା ନୀରଵେ ନୀରଵେ
ନିଜ ଲୁହ ନିଜେ ପିଇ ଯନ୍ତ୍ରଣାକୁ କୋଳେଇ
ହୃଦୟକୁ ଧିକାରିଲ
ରହିଗଲ ଚିର କୁମାର ହୋଇ
ନିଜକୁ ଇଚ୍ଛାମୃତ୍ୟୁରେ ବାନ୍ଧିଦେଲ
ଯୁଗେ ଯୁଗେ କୀର୍ତ୍ତି ରଚିଗଲା
ଶରଶଯ୍ୟାରେ ରହି ମୃତ୍ୟୁକୁ
କୋଳେଇ ନେଲ
ଅର୍ଜୁନର ଗାଣ୍ଡିବଧନୁର ତୀରରେ
ପ୍ରଭାବିତ ହୋଇ ମୁଖେ ଜଳ ଦେଇ
ଶାନ୍ତିର ନିଶ୍ଵାସ ନେଲ
ଯେହେତୁ ପଞ୍ଚୁପାଣ୍ଡବଙ୍କ ମଧ୍ୟେ
ଅର୍ଜୁନକୁ ଖୁବ ଭଲ ପାଉଥିଲ ।

ନନ୍ଦପଡା, ସମ୍ବଲପୁର, ଓଡିଶା

VOL.IX,  ISSUE.VII,  JULY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)