ତୁମେ - ସୁଧାକର ସେଠୀ

0

ତୁମେ ଖୋଜୁଥିବ ଆଖିର ପଲକେ
ହରାଇଛି ଏଠି ପଥ
ଛାଇ ଆଲୁଅର ଲୁଚକାଳି ଖେଳେ
ବିତୁଛି ସାରା ଦିବସ ॥

ସପନ ବିକୁଥିଲ ଖୋଲା ହୃଦୟରେ
ଅଜାଣତେ ଦେଲି କିଣି
ସେଇ ସପନ ଯେ ଦେଇଦେବ ଦୁଃଖ
ଏକଥା ନଥିଲି ଜାଣି ॥ 

ଆଉ ଲେଖିବିନି ତୁମକୁ ପତର
ହେବନି ଲୁହରେ ଓଦା
ଭୂଲି ମୁଁ ପାରୁନି ସେ ସପନ ଟିକକ
ହୃଦୟ ପଡିଛି ବନ୍ଧା ॥

ଫେରିବାର ପଥ ନୁହଁଇ ସହଜ
ତଥାପି ରହିଛି ଚାହିଁ
ଋତୁ ପରେ ଋତୁ ଯାଆନ୍ତି ବଦଳି
ଅପେକ୍ଷାର ଶେଷ କାହିଁ ॥

ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)