ଶଠମାନଙ୍କ ଜୁଆଖେଳ - ଅନୁପମା ବିଶ୍ଵାଳ

0

ସମାଜେ ଶଠଙ୍କ ବଢୁଛି ଟାଣ
ହୀନତା ବଢାଏ ତାଙ୍କରି ମାନ ।

ବିଦେଶୀ ପାଣିରେ ଆକୃଷ୍ଟ ମନ
କ୍ଷୀର ତାଙ୍କ ପାଇଁ ଅସମୀଚୀନ ।

ନୀଚ ମନୋଭାବେ ପାଆନ୍ତି ସୁଖ
ଅଖାଦ୍ୟ ଭକ୍ଷଣେ ଝଟକେ ମୁଖ ।

ସେ ମୁଖେ ନଥାଏ ଠାକୁର ନାମ
ବିଳାସ ବ୍ୟସନ ଅମୃତ ସମ ।

ସମୟର ମୂଲ୍ୟ ଥାଏ ଅଜଣା
ଜୁଆ ଖେଳେ ମାତି ସେ ହୃଷ୍ଟମନା ।

କୁଟୁମ୍ବ ଚିନ୍ତା ନଥାଏ ତାଙ୍କର
ଚୋର, ଥେଣ୍ଟ ସବୁ ଅତି ନିଜର ।

ସରକାରୀ ବାବୁ ତାଙ୍କ ସଙ୍ଗାତ
ଗୋଟିଏ ଥାଳିରେ ଖାଆନ୍ତି ଭାତ ।

ଦୋଷୀ ବିରୋଧରେ କାର୍ଯ୍ୟ ନହୁଏ
ସେଥିପାଇଁ ଦୋଷୀ ବଳଟି ପାଏ ।

ଆଇନ ଶୋଇପଡ଼େ ଫାଇଲ ତଳେ
ଚୋର ବୁଲୁଥାଏ କ୍ଷମତା ବଳେ ।

ଏହା ଅଟେ ଭାଇ ଦେଶକୁ କାଳ
ଭୁଷୁଡିବ ରାଷ୍ଟ୍ର ନଦେଖି ବେଳ ।

ବେଳ ଥାଉଁ ହୋଇଲେ ସଚେତନ
ସୁକାର୍ଯ୍ୟରେ ଫଳ ହେବ ସାଧନ ।

ସମ୍ବଲପୁର, ଓଡିଶା
ମୋ - ୭୯୭୮୫୬୮୩୨୨

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)