ବନ୍ଧୁପରି ବନ୍ଧୁ ସିଏ - ହାସ୍ୟମୟୀ ରାଜ୍

0

ନିଃଶ୍ଵାସ ଭରିଛି
ଜୀବନରେ ଯିଏ
ଉଦର ଭରିଛି ମୋର, 
ପୂଣ୍ୟ ବନ୍ଧୁ ସିଏ
ଏକା ନୁହେଁ ତୁମ
ବନ୍ଧୁ ସେ ତ ଜଗତର ।

ତାର ଫୁଲ ଫଳେ
ହସିଛି ପ୍ରକୃତି 
ସହିଛି ସେ କେତେ ଝଡ
ଦୁର୍ବିପାକ ସହ ଜୀବନ ଯୁଝିଚି
ବାଧିନାହିଁ ତାକୁ ଜାଡ ।

କିବା ବାଡିଘର ପଥ ପ୍ରାନ୍ତର
ଲଗେଇବା ଗଛ ଚାଲ
ବନ୍ଧୁ ପରି ସିଏ
ବନ୍ଧୁଟିଏ  ପରା
ଜୀବନେ ତାକୁ ନଭୂଲ ।।

ଓରାଳି, ହାଟଡିହି, କେନ୍ଦୁଝର
ମୋ - ୯୪୩୮୧୯୧୮୫୦

VOL.IX,  ISSUE.VI,  JUNE-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)