
ଶତ ବର୍ଣ୍ଣ ଧିକ୍ କରେ ଧିକାର
କରେ ତୁମ୍ଭ ସୁବର୍ଣ୍ଣ ରୂପକୁ ଦେଖି
ସୁବର୍ଣ୍ଣ ଭିତରେ ହୀରାଟିଏ ତୁମ୍ଭେ
କେ ପାଇବ ତା ଜୀବନ ହେବ ଧନାଖି ।
ବେଳ ତହିଁ ବୁଢ଼ିଯାଏ
ତତ୍ ସୂର୍ଯ୍ୟ କୋଳରେ
ବେଳବୁଡ଼ା ସମୟଟା ଗହମ ରଙ୍ଗ
ଗହମ ପରି ରଙ୍ଗ କି ତୁମ ରଙ୍ଗ ରୂପବତୀ
ମୁଁ କହେ ସାହିତ୍ୟ କୋଳ
ଲାବଣ୍ୟବତୀ ରୂପାଙ୍ଗ ।
କେନ୍ଦ୍ରାପଡ଼ାର ବିଶ୍ଵକର୍ମା କେମନ୍ତ ସର୍ଜିଲା
ସ୍ୱୟଂ ଥାପ୍ କରି ଥାପିଲା ସେଠାରେ
ବଳଦେବ ପୀଠ ଅନ୍ତ ଆଳି
କି ସୁନ୍ଦର ଲକ୍ଷ୍ମୀ ପ୍ରତିମା
ଉଦାର ମନକୁ ଦେଲା ସାହୁ କୁଳେ ଜନ୍ମାଇ
ନାମ ଦେଲା ବୈଶାଳୀ ।
ଆଳି ଇତିହାସ ଭାରି ମର୍ମଦ୍ରୁନ୍ତ,
ବଳଶାଳୀ ଏହା ସୈନ୍ୟ କ୍ଷେତ୍ରବୃନ୍ଦ
ମହାବୀର୍ଯ୍ୟଶାଳୀ ଖରସ୍ରୋତା ନଦୀ ପାଖେ
ମନବଳ ପୁରାଇ କରି ଜାତ
ତେମନ୍ତ ଶୋଭାରୂପ
ଚକ୍ ଚକ୍ ହୀରା ମାଳୀ ।
ବାଲିପୂର୍ଣ୍ଣ ଆଳି ବାଲିଆ ବାଲିଆ ସହର
ପରମ୍ପରା ଦରଜା ଖୋଲା ସଦା ଦିନରାତି
ଏ ଭିତେ ତୁମ ଗାଁ
ପାଣି ପବନରେ ବଡ଼ ହେଲ
ମନ କୋମଳ ଶାନ୍ତ ନିର୍ମଳ,
ଯିଏ ଲାଗେ ଯାଅ ମାତି ।
ତୁମେ ଏ ବରାହ କ୍ଷେତ୍ରର
ଏକମାତ୍ର ତରୁଣୀ
ଚାଲିରେ ତମ ପଦ୍ମଫୁଟେ
କରସ୍ପର୍ଶ ସିଂହରିଣୀ
ଦେଖେ ସୀତା ସୁନା ହରିଣୀ ପରେ
ଘଟେ ରାମାୟଣ କାହାଣୀ
ସହସ୍ର ନର ପାଣି ପିଆଇଲଣି
ଦେଖି ତୁମ ଆକୃଷ୍ଟ ଚାହାଣି ।
ହରିଣୀ ପରି ତୁମ ବାଙ୍କ ଚାହାଣିର ଠାଣି
ଔଜଲ୍ୟତା ଅଟେ ସତ ସମ ନଗମଣି
ତମ ଏ ଚାହାଣି ଭିତରେ
କାହାକୁ ଦେବ ସ୍ଥାନ
ମୁଁ କଣ ! କେହି ନାହିଁ ତାହା ଦେବ ଜାଣି
ଦୂରୁ ଜୁହାର ..
ତାକୁ ଗଢିଣ ଯେଉଁ ବିନ୍ଧାଣି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ମୋ - ୯୬୬୮୧୭୩୯୩୬
VOL.IX, ISSUE.VI, JUNE-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।