ସୁସ୍ଥ ଓଡିଶା ସୁଖୀ ଓଡିଶା - ଅନୁପମା ବିଶ୍ଵାଳ

0

ନଈ ଗିରି ଝର କାନନ ସାଗର
ସୁନାର ଫସଲ କ୍ଷେତ
ଫୁଲ ଫଳ ଭରା ପ୍ରକୃତି ପସରା
ଉଡ଼ଇ ଉତ୍କଳ ନେତ ।

ଉତ୍କଳ ସନ୍ତାନ ସବୁଠି ମହାନ
ନରଖି ମନରେ ଭୀତି
ଗଢ଼ିଣ ନିଜକୁ ବଢ଼ନ୍ତି ଆଗକୁ
ଗାଇ ଜୀବନର ଗୀତି ।

ବିଜ୍ଞାନାଗାରରେ ଗବେଷଣାଗାରେ
ପରୀକ୍ଷଣେ ରତ ଥାଇ
ନୂଆ ଉଦ୍ଭାବନେ ବିକଶିତ ଜ୍ଞାନେ
ଉତ୍କଳ ନାମ ରଖଇ ।

ସଂସ୍କାର ସୁଶିକ୍ଷା ଜନନୀର ରକ୍ଷା
ଅଟେ ଜୀବନର ଦୀକ୍ଷା
ଆଳସ୍ୟକୁ ହରେ ପରିଶ୍ରମ କରେ
ମାଗେ ନାହିଁ କେବେ ଭିକ୍ଷା ।

ମଠ ମନ୍ଦିରରେ ଭକ୍ତି ଭାବନାରେ
ହୃଦୟେ ରଖି ବିଶ୍ୱାସ
ପୂଜି ଦେବାଦେବୀ ଧ୍ୟାୟି ତାଙ୍କ ଛବି
ଲଭଇ ଆତ୍ମ ସନ୍ତୋଷ ।

ପୂଜା ପାରବଣେ ରହିଣ ବିଧାନେ
ରଖେ ନିଜ ପରମ୍ପରା
କର୍ମେ ଦେଇ ଧ୍ୟାନ ଧର୍ମ ଆଚରିଣ 
ଆଣେ ସୁଖର ପସରା ।
 
ନାରୀ ପ୍ରତି ଧ୍ୟାନ ନାରୀ ସୁସମ୍ମାନ
ରାଜନୀତି କ୍ଷେତ୍ରେ ସ୍ଥାନ
ସମାଜ ଗଠନେ ପୁରୁଷ ସମାନେ
ନାରୀ ମଙ୍ଗଳ ବିଧାନ ।

ସୁସ୍ଥ ଏ ଓଡିଶା ସୁଖୀ ଏ ଓଡ଼ିଶା
ଭାରତେ ରହିଛି ନାମ
ଭୁବନେ ବିଦିତ ସମ୍ମାନ ସହିତ 
ରଖିବା ଆମରି କାମ ।

ସମ୍ବଲପୁର, ଓଡିଶା
ମୋ - ୭୯୭୮୫୬୮୩୨୨

VOL.IX,  ISSUE.V,  MAY-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)