
ତୁମେ ଅଶାନ୍ତ, ଅଶାନ୍ତ ପ୍ରକୃତି
ଅଶାନ୍ତ ଏ ପାରାବାର
ସର୍ବଗ୍ରାସୀ ରୂପ ହୃଦ ବିଚଳିତ
ଅଛପା ଆପଣା ପର। ।
ବିରୋଧ ଏମିତି ହାତେ ଖଡ୍ଗ
ଶୁଭିଲାଣି ଦୁନ୍ଦୁଭି ନାଗରା
ଚତୁରଙ୍ଗ ବଳ ଆସୁଛନ୍ତି ମାଡି
ମିଳୁନି କୂଳ କିନ୍ନାର। ।
ନରମ ଘାସଗାଲିଚାରେ ଦିଶେ
ବିପ୍ଳବର ରକ୍ତିମ ଛିଟା
ବିଗଳିତ ବୁକୁର ଆର୍ତ୍ତନାଦ
ଆଉକିଛି ଅନ୍ତର ବ୍ୟଥା ।
ସମର୍ପଣ ତ୍ୟାଗ ସେବା ମୂଲ୍ୟହୀନ
ପ୍ରତାରଣାର ଚାଲେ ବିପଣି
ଭ୍ରଷ୍ଟ ବ୍ୟଭିଚାର ଶଠତା ମେଳିରେ
ମଣିଷପଣିଆ ନିଏ ମେଲାଣି ।
ପ୍ରକୃତିର ତାଣ୍ଡଵ, ହୃଦୟ ଅସ୍ଥିର
ଦିଶେ ପ୍ରଳୟର ପୂର୍ବାଭାସ
ଧ୍ବଂସତ ଯାର କରମେ ଲେଖା
ହରାଇଛି ସବୁ ବିଶ୍ୱାସ ।
କ୍ଷମା ଆଭୁଷଣେ ମହାନତା ପଣେ
ପାଣ୍ଡୁର ବର୍ଣ୍ଣନା ପ୍ରାଚୀ
ସହୃଦୟ ଭାବେ ରହିଛି ଅନାଇ
ବାଳ ସୂରୁଜ ଦିଏ ମୁରୁକି ।
ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୂରଭାଷ - ୯୩୩୭୬୮୧୫୨୪
VOL.IX, ISSUE.V, MAY-2025
Published By Banamallira Mahak
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।