
ସଦାବିହାରୀ ଫୁଲ ଥିରି ରହଲୋ
କାହିଁକି ହଲି ଯାଉ ତୁ
ଆସିଲେଣି ବନ୍ଧୁ ଦୂର ଦେଶୁ ପରା
ଫୋଟୋ ତୋଳି ଦେବି ତାଙ୍କୁ l
ଉଣା କରି ମନ ବସିଲେକି ହେବ
ମନରେ ଭରି ଯାତନା
ଖୁସି ହୋଇ ଯାଇ ନୂଆ କଥା ଶିଖି
ହେବି ବିଜୟିନୀ ପରା ।
ପ୍ରେମ ବା ସୌନ୍ଦର୍ଯ୍ୟ ଆନନ୍ଦର ଢେଉ
ତୁ ପରା ତା'ର ପ୍ରତୀକ
ତୋ ରୂପ ରଙ୍ଗକୁ ଦେଖି ସକାଳରେ
ଅଟକିଛି କିଛି କ୍ଷଣ l
ଗପୁଡି ମନ ମୋ ଆଶାରେ ଭରିଲା
ଦେଖି ତୋ ରଙ୍ଗ ସୁନ୍ଦର
ମନ ମୋହି ନେଲୁ କ୍ଷଣିକେ ମୋହର
କରି ଦେଲୁ ଆପଣାର l
ତୋ ଋଣ କେବେ ମୁଁ ଶୁଝିକି ପାରିବି
ଭାବୁଛି ଏଇଠି ବସି
ସୁନ୍ଦର ରଙ୍ଗରେ ମନକୁ ଭୁଲାଉ
ନିତି ବଗିଚାରେ ଫୁଟି l
ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା
ଦୂରଭାଷ - +୧୨୬୭୨୪୭୨୪୭୧