ପଖାଳ ଦିବସ - ଆକୁଳାନନ୍ଦ ପୃଷ୍ଟି

0

ପଖାଳି ମୁଖ ପଖାଳି ହାତ
ଖାଉଛୁ ଆମେ ପଖାଳ ଭାତ
ବ୍ୟଞ୍ଜନ ବଡି ଶାଗ
ଦହି କାକୁଡି ଆମ୍ବ ଚଟଣୀ
ଖଟା ମିଠା ରାଗ  ।
ମାଛ ବେସର କୋଳି ଆଚାର
ଆଳୁ କଲରା ଭଜା 
ପୋଡ଼ା ଟମାଟୋ ପାମ୍ପଡ ଛୁଇଁ
ଆଳୁ ଭରତା ମଜା   ।
ପଖାଳ ବେଲା ଚଣା ମସଲା
ପିଆଜ ଲଙ୍କା ଲୁଣ 
ଦେହକୁ ହିତ ପଖାଳ ଭାତ
ଅନେକ ଖାଦ୍ୟ ଗୁଣ  ।
ଶକ୍ତି ବର୍ଦ୍ଧକ ପଖାଳ ଭାତ
ଅଂଶୁଘାତରୁ ମୁକ୍ତ
ପନିପରିବା ଶାଗ ପିଆଜ
ଲୌହ ସାର ଯୁକ୍ତ  ।

ଏଥିରେ ନାହିଁ ଅପମିଶ୍ରଣ
ହେବନି ସ୍ଵାସ୍ଥ୍ୟ ହାନି
ସରାଗେ ଖାଅ ସୁସ୍ଥ ରୁହ
ପଖାଳ ସଂଜୀବନୀ  ।
ଘିଅ ପଖାଳ ଦହି ପଖାଳ
ସଜ ପଖାଳ ଭାତ
ବଡ ଦେଉଳେ ଘିଅ ପଖାଳ
ଖାଆନ୍ତି ଜଗନ୍ନାଥ  ।
ପଖାଳ ପ୍ରିୟ ଓଡ଼ିଆ ଜାତି
ଟଙ୍କ ତୋରାଣି ପିଅ 
ସୁଷମ ଖାଦ୍ୟ ପଖାଳ ଭାତ
ବିଶ୍ୱକୁ ବାର୍ତ୍ତା ଦିଅ    ।

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
ମହାଳପଡ଼ା, କଖଡି, କଟକ
ମୋ - ୯୪୩୭୮୬୪୫୬୨

VOL.IX,  ISSUE.III,  MARCH-2025

Published By Banamallira Mahak

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)