କର୍ମର ଫଳ - କାହ୍ନୁ ଚରଣ ସାହୁ

0

ଏଠି ହାରିବାକୁ ହୁଏ ପ୍ରତିଟି ବାଜି
ହୃଦୟେ ଲଗେଇ ନିଆଁ
ଯାହା ପାଇଁ ତମେ କରମ କରିବ
ସିଏ କରିବନି ଆହାଃ ।

ଯାହାକୁ ନିଜର କରିବ ମନରୁ
ସିଏ ହିଁ ମାରିବ ଲାତ
ଆଜି ନହେଲେ ବି କିଛି ଦିନପରେ
ଲାତର ଥୁଆ ଯେ ଗାତ ।

ସଚ୍ଚୋଟ ମଣିଷ ପାଖରେ ସର୍ବଦା
ଈଶ୍ୱରଙ୍କ ଥାଏ କୃପା
ତାଙ୍କୁ ଯେ କନ୍ଦାଏ କାନ୍ଦିବାଟା ଥୟ
ଭାଗ୍ୟ ବି ହୁଅଇ ଖପା ।

ଅହଂ ଯେ ନରକ ସତ୍ୟ ଯେ ସରଗ
ସବୁରି ହିସାବ ହୁଏ
ଯେମିତି କରମ ସେମିତି ଭୋଗିବ
ସମୟ ହିଁ ସାକ୍ଷୀଥାଏ ।

ମନ ହିଁ ଈଶ୍ୱର, ସଭିଙ୍କୁ ଆଦର
ନରଖି ଆପଣା ପର
କାଳର କରାଳେ ସବୁ ଫେରିଯିବା
ଛାଡିଦେଇ ଦରବାର ।

ଜଳେଇବା ଆଗୁ ନିଜେ ଜଳିବାକୁ
ହେଉଥାଅ ସଜବାଜ
ପ୍ରତିଟି କ୍ରିୟାର ପ୍ରତିକ୍ରିୟା ଥାଏ
ବୋହିବାକୁ ହୁଏ ବୋଝ ।

ଅଳପ ଦିନିଆ ଭାଗ୍ୟରେଖା ମଧ୍ୟେ
କ୍ଷତି ନକର କାହାର
ଅନ୍ୟର କ୍ଷତିରେ ନିଜ କ୍ଷତି ହୁଏ
ବୁଝି ସୁଝି କାର୍ଯ୍ୟ କର ।।

ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି

Post a Comment

0Comments
Post a Comment (0)