ଶୀତ ରାତିର କଥା - ଗଗନ ବିହାରୀ ନାୟକ

0

କ୍ଳାନ୍ତ ଶାନ୍ତ ନିଥର ରାତିରେ
ଶୀତର ଶିରି ଶିରି ଥଣ୍ଡା ପବନରେ 
ଶୀତ ଯେବେ ଗାଇଦିଏ ପ୍ରୀତିର ଗଜଲ୍
କଡ ଲେଉଟାଏ ପ୍ରିୟା ପ୍ରଣୟ ଛନ୍ଦରେ
ଦେହେଭରି ଅଜଣା କମ୍ପନ 
ଏଇ ତେବେ ପ୍ରେମ ॥

ଘଡିମରା ବିଲୁଆଙ୍କ ହୋକେ ହୋ ଡ଼ାକରେ 
ନିଆଁ ଲାଗିଯାଏ ଯେବେ 
ଦେହ ସାରା ଅଦେଖା ନିଆଁରେ,
ଅଭିସାର ରଚେ କଇଁ
ଜହ୍ନର ରୂପେଲି ଜ୍ୟୋତ୍ସ୍ନାରେ,
ପୀରତିର ତୃଷ୍ଣlରେ ରାତି ଦିଏ ପ୍ରୀତିର ଚୁମ୍ବନ ।।

ରାତି ବଢେ ଦୁଃଖ ବଢେ
ବଢ଼ିଯାଏ ପ୍ରତୀକ୍ଷା ଆଶାୟୀ ପ୍ରିୟାର,
ଗଲା ସନ ଯାଇଥିଲେ ଧନ 
ଆସିଲେନି ପରଦେଶୁ କାହିଁକି କେଜାଣି,
ଦକା ପଶେ ଛାତିରେ ତାହାର,
ପ୍ରେମ ପ୍ରତୀକ୍ଷା ଜାଣେନି
କ୍ରୁର ଠିକାଦାର ପାଇବାକୁ
ଆମ ସ୍ୱେଦେ ଲାଭାଂଶ ଯେତେକ,
ସ୍ୱାମୀକୁ ତା ରଖିଚି କି ନଜର ବନ୍ଦୀରେ
ଅବା କେଉଁ ଲଳନାର ପୀରତି ଫାଶରେ,
ବନ୍ଧା ପଡ଼ିଗଲା କି ତା'ର ସୁହାଗ ସିନ୍ଦୂର
କେଉଁ ଅବା ପରକୀୟା ପ୍ରେମିକା ପାଖରେ
ଯୁଗ ଯୁଗାନ୍ତର ସ୍ଵପ୍ନ ତା'ର ହେବନି ତ ଚୁରମାର  ??

ମଞ୍ଚେଶ୍ଵର, ଭୁବନେଶ୍ୱର

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ