ଦାସାନୁଦାସର ପ୍ରଣାମ ଘେନିମା ॥୦॥
ଜୀବନର ଏଇ ଲମ୍ବା ଅବଧି
ତୁମ କୃପା ପାଉଅଛି ନିରବଧି
ତୁମେ ତ ଦୟାର ସାଗର ଠାକୁରେ
ଦୂର କରିଦିଅ କାଳିମା ॥୧॥
କେତେ ଜନମର ପୁଣ୍ୟ ବଳରେ
ଜନମିଅଛି ମୁଁ ମଣିଷ ରୂପରେ
ସେଥିପାଇଁ ନିଅ କୋଟି ଧନ୍ୟବାଦ
ବଢ଼ାଇଛ ମୋର ଗରିମା ॥୨॥
ସବୁ ଦେଇଅଛ କିସ ବା ମାଗିବି
ଏତିକି ଚରଣେ ବିନତି କରିବି
ତୁମ ଯଶ ଗୁଣ ଗାଇବାକୁ ନିତି
ଭକତି ଦିଅ ହେ ମଣିମା ॥୩॥
ତାପସ କୁଟୀର, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୯୪୩୮୪୮୧୧୩୬
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।