ଇଚ୍ଛା ହୁଏ - ରଶ୍ମିତା ସେଠୀ

0

ଝିପି ଝିପି ବରଷାରେ ଭିଜିବାକୁ ଇଚ୍ଛା ହୁଏ
ଅତୀତର ଗାଁ ଆଡେ ଫେରିବାକୁ ମନ କହେ ।
ସମୟ ସୁଅରେ ଯାଇଅଛି ହଜି
ଖୋଜି ପାଉନାହିଁ ତାକୁ ମୁଁ ଯେ ଆଜି
ଖୋଜି ଆଣିଦେବ କିଏ ।
ଲୁଚି ଲୁଚିକା ଭିଜୁଥିଲି ମୁଁ ଏଇ
ବରଷା ଧାରେ
ଭସାଉଥିଲି କାଗଜ ଡଙ୍ଗା ଗାଁ ଦାଣ୍ଡେ
ସାଙ୍ଗ ମେଳେ,
ବୋହୂ ବୋହୂ ଖେଳ ସେହି ଧୂଳିଘର
ସେ ଅଝଟପଣ ବୋଉର କୋଳ
ଭୁଲିକି ପାରିବ କିଏ !

ଚାହାଳି ଫେରା ସବୁଜ ଘେରା
ସେଇ ଗୋହିରୀ ବାଟ,
ସାଧବବୋହୂ ପରଜାପତି
ସେଇ ନଈ ସେଇ ଘାଟ ।
ସେହି ପିଲାଦିନ ସେ ଖିଆଲି ମନ
କୁଆଁର ପୁନେଇ ସେଇ ରୂପା ଜହ୍ନ
ଆଉ କି ଫେରିବ ସିଏ ?

ହଳଦୀପଦା, କଲ୍ୟାଣପୁର, ଖୋରଧା

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ