ଶୁନ୍ୟତା ପିଇ ଯେ ହୁଅଇ ଖୁସି
ଜୀବନ ଯୁଦ୍ଧରେ ହାରନ୍ତିନି କେବେ
ସଦା ପୂଜ୍ୟ ସିଏ ଶୁଦ୍ଧ ସନ୍ନ୍ୟାସୀ ।
ତ୍ୟାଗର ସମ୍ରାଟ ନିଷ୍ଠାର ସେବକ
ସ୍ୱଚ୍ଛ ନିର୍ମଳର ପ୍ରତିମାଟିଏ
ଆଚରଣେ ସିଦ୍ଧ ହିମ ଶିଖର ସେ
ବିଭୁ ପ୍ରେମେ ସଦା ବୀଣା ବଜାଏ ।
ସଂସାରୀ ନହୋଇ ସଂସାର ମଙ୍ଗଳେ
ସାଜିଥାଏ ଦୀପ୍ତ ଅଲିଭା ଦୀପ
ସଂସାରେ ସଭିଙ୍କୁ ଦୁଃଖଟେ ନ ଛୁଉଁ
କରୁଥାଏ ସଦା ପ୍ରଭୁଙ୍କୁ ଜପ ।
ଦେହୀ ଅଭିମାନୀ ଅବିକାରୀ ଆତ୍ମା
ନାସ୍ତିକର ଭାବ ନ ଥାଏ ମନେ
ଜୀବଙ୍କ କାମନା ପୂରଣ ନିମନ୍ତେ
ଧ୍ୟାନ କରୁଥାଏ ଶୁନ୍ୟ ପ୍ରାଙ୍ଗଣେ ।
ସମସ୍ୟା କ'ଣ ସେ ନ ରଖେ ହୃଦରେ
ସମାଧାନର ସେ ଉଦ୍ୟାନ ମାଳୀ
ସଫଳତା ମନ୍ତ୍ର ଦେଇ ସଭିଙ୍କୁ ସେ
ମାରନ୍ତି ସଭିଙ୍କ ଖୁସିରେ ତାଳି ।
ନିଜ ଜୀବନକୁ ମଣନ୍ତି ସେ ତୁଚ୍ଛ
ଅନ୍ୟ ପ୍ରାଣ ତାଙ୍କ ପାଇଁ ସର୍ବସ୍ୱ
ସର୍ବ ଗୁଣ ଦେଖି ପ୍ରଶଂସା ଅରପି
ଝୁରୁଥାଏ ପ୍ରତି କାଳ ଏ ବିଶ୍ୱ ।
ଆଦର୍ଶ ସନ୍ନ୍ୟାସୀ ପୂଜ୍ୟ ସବୁଠାରେ
ତା ଠାରୁ ମହତ ଆଦର୍ଶ ଗୃହୀ
ଦୁଃଖର ବନ୍ୟାରେ ଜୀବନ ଡଙ୍ଗାକୁ
ସାବଧାନେ ପରା ନିଏ ସେ ବାହି ।
ଜମ୍ଭରା, କେନ୍ଦୁଝର
ଦୂରଭାଷ - ୭୯୭୮୩୭୯୯୬୬