ସବୁ ଅନ୍ଧକାର ଭେଦି
ତୁମେ ଉଁଇ ଥିଲ, ପ୍ରେମର ନବ ରବି,
ସାହିତ୍ୟର 'ସ' କୁ ବି ଜାଣି ନଥିବା
ସେଇ ହୁଣ୍ଡି ଝିଅଟି
ଆଜି ତୁମପାଇଁ ସାଜିଛି କବି ।
ତୁମ ଅନୁପସ୍ଥିତି ମୋ ହୃଦୟକୁ ବାଧେ
ଅସହ୍ୟ ହେଲାଣି ଏବେ ଏ ଦୂରତାର ବ୍ୟଥା,
ଏ ଟେକ୍ସଟ କି କଲରେ କେମିତି କହିବି
ମନ ସିନ୍ଦୁକରେ ସାଇତା ଥିବା
ଏଣୁତେଣୁ କେତେ ଅକୁହା କଥା ।
ଚାତକ ପରିକା ଅନେଇ ବସିଛି
ଏବେ ଖାଲି ସେଇଦିନକୁ,
ଦୂରତା ଭେଦିକି ଆସିଥିବ ତୁମେ
ତୁମର ପ୍ରେୟସୀ ପାଖକୁ ।
ତୁମେ ଯେ ଆସିବ, ପାଖରେ ବସିବ
ମୋ ହାତରେ ହାତ ରଖି,
ଭାଙ୍ଗିବ ସକଳ ଶୂନ୍ୟତା
ସେଦିନ କହିବି କେତେ ଯେ ଅକୁହା ପ୍ରୀତି,
ଥିବା ସେଠି ଖାଲି ତୁମେ ଆଉ ମୁଁ
ଆଉ ସାକ୍ଷୀ ରହିଥିବ
ସେ ତାରା ଭରା ଜହ୍ନରାତି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ