ଓଁକାରେଶ୍ୱର - ଘନଶ୍ୟାମ ସାହୁ

0

ଓଁ କାର ଆକାର କ୍ଷେତ୍ରରେ ଆସ୍ଥାନ
ନାମ ଶ୍ରୀ ଓଁକାରେଶ୍ୱର
ବାର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଆରେକ
ମହିମା ଯା'ର ଅପାର ॥୧॥

ମଧ୍ୟପ୍ରଦେଶର ନର୍ମଦା, କାବେରୀ
ସଙ୍ଗମ ସ୍ଥଳ ନିକଟ
ପ୍ରାଚୀନ ମନ୍ଦିର ଦିବ୍ୟଧାମ ତୁମ
ନର୍ମଦା ନଦୀର ତଟ ॥୨॥

ଅପର ପାର୍ଶ୍ଵରେ ଶ୍ରୀ ମାମଲେଶ୍ୱର
ଅନେକ ତାଙ୍କ ମହିମା
ଉଭୟ ମନ୍ଦିର ନକଲେ ଦର୍ଶନ 
ପୁଣ୍ୟ ଫଳ ନାହିଁ ଜମା ॥୩॥

ସ୍ଥଳ ପଥେ ଗଲେ ଶ୍ରୀ କେଦାରନାଥ
ଦର୍ଶନ କରିବା ପରେ
ଓଁକାରେଶ୍ୱରଙ୍କୁ ପୂଜନ୍ତି ଭକତ
ଭକ୍ତି ନିଷ୍ଠା ସହକାରେ ॥୪॥

ମନୋବାଞ୍ଛା ନିଶ୍ଚେ ହୋଇବ ପୂରଣ
ପୂଜିଲେ ଶିବଶଙ୍କର 
ଶ୍ରୀ ଓଁକାରେଶ୍ୱର ମାମଲେଶ୍ୱର ହେ
ଦୀନଜନେ ଦୟାକର ॥୫॥

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ
ଦୂରଭାଷ - ୭୯୭୮୦୫୭୬୯୫

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ