ବାହୁଡ଼ିବୁ କାଳ ବଳେ
ମୃତ୍ୟୁ ଆମର ଅନ୍ତିମ ସତ୍ୟ
ଟାଣି ନେଇଯିବ କୋଳେ ।।
ଦୁର୍ଲ୍ଲଭ ମାନବ ଜୀବନ ଲଭିଛୁ
ସୁକର୍ମ କରିବାପାଇଁ,
ସାର୍ଥକ ହେବ ଜୀବନ ଆମର
ପର ଉପକାରେ ଧାଇଁ ।।
କିଛି ଯିବ ନାହିଁ ସାଥିରେ ଆମର
ଯିବ ଏକା ପୂଣ୍ୟ ଫଳ,
ଜୀବନ ନାଟକ ସରିଯିବ କେବେ
ବେଶି ନାହିଁ ଆଉ ବେଳ ।।
ମୃତ୍ୟୁ ଆମର ଅନ୍ତିମ ସତ୍ୟ
ଏକଥା ଯିବୁନି ଭୁଲି,
ଜୀବନର ପ୍ରତିକ୍ଷଣକୁ ଆମର
ସତକର୍ମେ ଦେବୁ ଢାଳି ।।
ଯାହା ଚିରନ୍ତନ ଶାଶ୍ୱତ ଅଟେ
ମୁଣ୍ଡ ନୁଆଇଣ ଆମେ,
ଅନ୍ତିମ ସତ୍ୟକୁ ସ୍ୱାଗତ କରିବୁ
ଗଲାବେଳେ ସେଇ ଧାମେ ।।
ବାଲେଶ୍ୱର, ଓଡିଶା
ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।